Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Kumar Sahoo

Inspirational

3.9  

Pradipta Kumar Sahoo

Inspirational

ଇଗଲ

ଇଗଲ

1 min
171


ପରିସୀମା ଦିଗନ୍ତ ବିସ୍ତାରି 

ଶୂନ୍ୟତାରେ ବାନ୍ଧିଛି ମୁଁ ଘର

ଉପରେ ମୋ ସୁନୀଳ ଆକାଶ

ତଳେ ଅଛି ପ୍ରଶାନ୍ତ ସାଗର ।


ଡେଣାରେ ମୋ ଅଫୁରନ୍ତ ଶକ୍ତି

ହୃଦୟରେ କାମନା ଦୁର୍ବାର

ଲଙ୍ଘିବି ମୁଁ ଅନନ୍ତ ଅବଧି  

ଥାଉ ପଛେ ଲକ୍ଷ ଯେତେ ଦୂର ।


ଆଗରେ ମୋ ତୁଙ୍ଗ ଗିରୀଶୃଙ୍ଗ 

ଆସୁ ଅବା ଉତ୍ତାଳ ଜୂଆର

ପାରିବକି ପ୍ରତିରୋଧ କରି

କାଳର ଏ କରାଳ ପ୍ରାଚୀର ?


ଦିଗନ୍ତରୁ ଦିଗନ୍ତ ପର୍ଯ୍ୟନ୍ତ 

ପ୍ରସାରିତ ସାମ୍ରାଜ୍ୟ ମୋହର 

ପରାଜିତ ବିହଙ୍ଗମ କୁଳ

ଏ ସର୍ବର ମୁଁ ଯେ ଅଧୀଶ୍ଵର  ।


ବଜ୍ରସମ ଗଢା ଏ ଶରୀର 

ଧମନୀରେ ଲହୁର ଜୂଆର 

ନିମିଷକେ ଉଡି ପାରେ ମୁଁ ଯେ

ଦୃଷ୍ଟି ମୋର ଯାଏ ଯେତେ ଦୂର ।


ନିଦାଘର ତପ୍ତ ମରୁବାଲି 

ହେଉ ଅବା ହିମାଦ୍ରି ଶିଖର

ହାରିବା ମୋ କପାଳରେ ନାହିଁ 

ଚଲାପଥ ହେଲେବି ବନ୍ଧୁର।


Rate this content
Log in

Similar oriya poem from Inspirational