STORYMIRROR

Pradipta Kumar Sahoo

Inspirational

3  

Pradipta Kumar Sahoo

Inspirational

ଇଗଲ

ଇଗଲ

1 min
182

ପରିସୀମା ଦିଗନ୍ତ ବିସ୍ତାରି 

ଶୂନ୍ୟତାରେ ବାନ୍ଧିଛି ମୁଁ ଘର

ଉପରେ ମୋ ସୁନୀଳ ଆକାଶ

ତଳେ ଅଛି ପ୍ରଶାନ୍ତ ସାଗର ।


ଡେଣାରେ ମୋ ଅଫୁରନ୍ତ ଶକ୍ତି

ହୃଦୟରେ କାମନା ଦୁର୍ବାର

ଲଙ୍ଘିବି ମୁଁ ଅନନ୍ତ ଅବଧି  

ଥାଉ ପଛେ ଲକ୍ଷ ଯେତେ ଦୂର ।


ଆଗରେ ମୋ ତୁଙ୍ଗ ଗିରୀଶୃଙ୍ଗ 

ଆସୁ ଅବା ଉତ୍ତାଳ ଜୂଆର

ପାରିବକି ପ୍ରତିରୋଧ କରି

କାଳର ଏ କରାଳ ପ୍ରାଚୀର ?


ଦିଗନ୍ତରୁ ଦିଗନ୍ତ ପର୍ଯ୍ୟନ୍ତ 

ପ୍ରସାରିତ ସାମ୍ରାଜ୍ୟ ମୋହର 

ପରାଜିତ ବିହଙ୍ଗମ କୁଳ

ଏ ସର୍ବର ମୁଁ ଯେ ଅଧୀଶ୍ଵର  ।


ବଜ୍ରସମ ଗଢା ଏ ଶରୀର 

ଧମନୀରେ ଲହୁର ଜୂଆର 

ନିମିଷକେ ଉଡି ପାରେ ମୁଁ ଯେ

ଦୃଷ୍ଟି ମୋର ଯାଏ ଯେତେ ଦୂର ।


ନିଦାଘର ତପ୍ତ ମରୁବାଲି 

ହେଉ ଅବା ହିମାଦ୍ରି ଶିଖର

ହାରିବା ମୋ କପାଳରେ ନାହିଁ 

ଚଲାପଥ ହେଲେବି ବନ୍ଧୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pradipta Kumar Sahoo

Similar oriya poem from Inspirational