STORYMIRROR

Pradipta Kumar Sahoo

Romance

4  

Pradipta Kumar Sahoo

Romance

ଗଭୀର ନିଦରେ

ଗଭୀର ନିଦରେ

1 min
8

ଏ ରାତି ଯେବେ ରାତି ନହୁଏ 

ଆଉ ଅନ୍ଧାର ସବୁ ପୋଛି ହୋଇଯାଏ 

ସଞ୍ଜ ଗଡିଗଲା ପରେବି

ସୂର୍ଯ୍ୟ ଚେଇଁ ରହେ 

ନିଜ କକ୍ଷ ପଥରେ 

ସେହି ଅଦମ୍ୟ ପ୍ରତୀକ୍ଷାରେ

ନକ୍ଷତ୍ର ସବୁ ଲୁଚିଯାଏ 

ଗଗନର ଶୂନ୍ୟତାରେ 

ଛୁପିଯାଏ ଜହ୍ନ କେଉଁ ବାଦଲର ଉହାଡରେ

ଚାନ୍ଦିନୀ ଶୋଷି ହୋଇଯାଏ 

ଲିଭିଯାଏ ସବୁ ଶୀତଳତା

ଦୋପହର ନିଦାଘ ତାତିରେ

ତୁମ ଘନ କବରୀର ବହଳିଆ ଛାଇରେ

ମଥା ରଖି ତୁମରି ଛାତିରେ 

ତଥାପି ମୁଁ ଦେଖୁଥିବି ଅସରନ୍ତି ସ୍ବପ୍ନ 

ଶୋଇ ରହି ଗଭୀର ନିଦରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pradipta Kumar Sahoo

Similar oriya poem from Romance