Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

4  

Satyanarayan Sahoo

Abstract Romance Classics

ବିଭା ମୟି ଶରଦ ଯାମିନୀ

ବିଭା ମୟି ଶରଦ ଯାମିନୀ

2 mins
226



ବିଭା ମୟି ଏ ଶରଦ ଯାମିନୀ ର ଶୋଭା

ବିରାଜେ ବିଦିଗ ଦିଗ ସୁବିମଳ ପ୍ରଭା ।

 ବିମଳ କୌମୁଦୀ ସ୍ନାତ ସୁସ୍ନିଗ୍ଧ ଯାମିନୀ

ବିଳାସ ବିଲୋଳ ବିଭା ଚଳ କାଦମ୍ବିନୀ ।


ବିଘୂର୍ଣିତ ବିହାୟସେ ଚାରୁ ଶୁଭ୍ର ହାସେ

ବିଭା ବିସ୍ତ।ରିଣ ଶଶୀ ଜୋଛନା ପ୍ରକାଶେ ।

ବିଶେଷ ଶରତ କାଳ ବିମଳ ବସୁଧା

ବାସେ ଫୁଲ ଫଳ ଶସ୍ୟ , ସୁମଧୁର ସୁଧା ।


ବରଷଇ ମହ ମହ ଲଳିତ ସୌରଭେ

ବର୍ଣ୍ଣାଢ଼୍ୟ ଉତ୍ସବ ସାଜ ବିଭୋଳ ସରବେ ।

ବିଭସିତ ତାରା ପଙ୍କ୍ତି କି , ଅବା ଦିପଳୀ

ବସାଇଛି ଶରଦ ଯାମିନୀ ଧାଡ଼ି ଧାଡ଼ି ।


ବନ , ଉପବନ ଜ୍ୟୋସ୍ନା ସ୍ନାତ ଶର୍ବରୀ ର

ବିଶୁଦ୍ଧ ପବନେ ସ୍ନିଗ୍ଧ ଶୀତ , ସୁରୁଚିର ।

ବିକଶିତ ପତ୍ର , ବଲ୍ଲୀ, ତରୁ ତୃଣ ରାଜି

ବିସ୍ତୀର୍ଣ୍ଣ ବିଲ ରେ ପକ୍ବ ଶାଳୀ ଶସ୍ୟ ରାଜି ।


ବିଶ୍ରୁଜଇ କମ, ହେମ , ମୟୂଖ - ଭାସ୍ଵର

ବିକଶିତ , ବିଶୋଭିତ , ଶୋଭାର ସମ୍ଭାର ।

ବିମଳ ହ।ସନୀ ଜ୍ୟୋସ୍ନା ପ୍ଲାବିତ ଯାମିନୀ

ବିକଶିତ ସରସୀ ରେ କୁମୁଦିନୀ ଧନୀ ।


ବାରବାନ -ବାନ ବର୍ଣ୍ଣ - ବିନିନ୍ଦିତ ବିଭା

ବିସ୍ତାରିତ ନୀପ ପୁଷ୍ପ ବିଟପୀ ରେ ଶୋଭା ।

ବିଲ , ପଠା , ହିଡ ମାଳେ କାଶ ଫୁଲ ଆଭା

ବିକ୍ଷିପ୍ତ ହୋଇଣ ଦିଶେ , ଚାମର କି ଅବା ।


ବିମୋହନ , ହେନା , ଚମ୍ପା , ଶେଫାଳି ସୌଗନ୍ଧେ

ବିଧଉତ ଗନ୍ଧବତୀ ଆହା କି ଆନନ୍ଦେ । 

ବାସ୍ନାୟିତ ଅଗସ୍ତି କୁସୁମ ରାଶି ଦୃମେ

ବାଳ ଇନ୍ଦୁ ତୁଲ ଦିଶେ , ବାଳେନ୍ଦୁ କିରଣେ ।


ବର୍ଣ୍ଣାଢ଼୍ୟ ଶରଦ ରାତ୍ରୀ ସୁଷମା ପ୍ରକାଶ

ବିକସିତ ବ।ସ୍ନ।ୟିତ ଶେଫାଳି ସୁହ।ସ ।

ବଡ ଶ୍ରଦ୍ଧା ଜନ ମାଏ ଜନ ମାନସ ରେ

ବୁଦ୍ ବୁଦ ପରାଏ ସ୍ନିଗ୍ଧ , ତୁହିନ ପାତ ରେ ।


ବିଶୋଭିତ ସୁବନାନୀ , ପଲ୍ଲୀ , ପୁର ଚୟ

ବିଲୋକନେ ମନ ପ୍ରାଣ କି ! ଆମୋଦ ମୟ ।

ବିଭା ମୟି ଶରଦୀୟ ଯାମିନୀ ପ୍ରକାଶ

ବିଲୋକନେ ଆହା ଚାରୁ ରୂପସୀ ର ବେଶ ।


ବିସ୍ତାରି ହୋଇଛି ଉଭା ପ୍ରକୃତି ସୁନ୍ଦରୀ

ବିମୋହନ କାନ୍ତି ରମ୍ୟ ଜ୍ୟୋତି ବନ ଗିରି ।

ବର୍ତ୍ତମାନ ପାଇଛି କି ଦିବ୍ୟ ଚେତନା ରେ

ବିବର୍ତ୍ତିତ ବିଭ୍ରାଜିତ ଶୋଭା ର ସମ୍ଭାରେ ।




Rate this content
Log in

Similar oriya poem from Abstract