Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das

Romance

4  

Priyadarsini Das

Romance

ମୋ ପ୍ରେମିକ

ମୋ ପ୍ରେମିକ

2 mins
256



ମୋ ପ୍ରେମିକ, ଭାରି ଦୁଷ୍ଟ ଟିଏ,

କଥା ରେ ତାର ଭାରି ଦୁଷ୍ଟାମୀ ।


କିନ୍ତୁ ଭାରି ଭଲ ମନ ଟିଏ ,

ପ୍ରତି କଥା ର ଉତ୍ତର ରେ ଥାଏ ଖାଲି ' ହୁଁ '

କଥା ଆରମ୍ଭ ରେ ବି ' ହୁଁ '

ଆଉ ଶେଷ ରେ ବି ' ହୁଁ ' 

ମନେ ହୁଏ ଯେମିତି 

ସେ ' ହୁଁ ' ଶବ୍ଦ ର ଜନକ ।


କେବେ ଯଦି କିଛି ସେ ଭୁଲ କରେ ,

ଏକ ଦମ୍ ଚୁପ୍ ରହି ଯାଏ ,

ସୁନା ପିଲା ଟେ ପରି

ପାଟି ରୁ ତାର ବାହାରେନି ଗୋଟିଏ କି ଶବ୍ଦ , 

ଖାଲି ମୁଣ୍ଡକୁ ନୁଏଇଁ ସବୁ କଥା 

ଶୁଣିଯାଏ ।


ହେଲେ ସେ ଭାରି ଦୁଷ୍ଟ ଟିଏ ,

କଥା ରେ କଥା ରେ ଅନେକ ସ୍ବପ୍ନ ଦେଖାଏ,

ସ୍ବପ୍ନ ରାଇଜ ରେ ବୁଲେଇ ଆଣେ,

ଆଖିରେ କେବେ ଲୁହ ଦେଖି ପାରେନି ,

ଯେମିତି ବି ହେଉ ହସେଇ ଦିଏ ,

ରାଗି ଥିଲେ ବି 

ଚୁଟ କିନା ମନେଇ ଦିଏ ।



କେବେ କହେ ତା ମନ ର ଇଚ୍ଛା

ଆଉ ମୁଁ ବି ଶୁଣେ ସବୁ ତା ଇଚ୍ଛା କୁ ଭାରି ଇଚ୍ଛା ର ସହ ।


ସେ କହି ଉଠେ


ଭାରି ଇଚ୍ଛା ମୋର

ସନ୍ଧ୍ୟା ପରେ ସମୁଦ୍ର କୋଳ ରେ ତୋ ହାତ ଉପରେ ହାତ ଥାପି ବସିବାକୁ ,

ସେଇ ଥଣ୍ଡା ପବନ ,

ନିରୋଳା ଜାଗା , 

ସମୁଦ୍ର ର ଢେଉ ,

ଉପରେ ତାରା ଆଉ ଜନ୍ହ ,


ଆଉ ତଳେ

ମୁଁ ତୋ ସହ , ଆଉ ତୁ ମୋ ସହ

କେବେ ବହୁତ୍ ଗପୁଥିବା,

କେବେ ଚୁପଚାପ୍ କାନ୍ଧ ଉପରେ ମୁଣ୍ଡ ଥାପି ବସିଥିବି ,

କେବେ ତୁ କହୁଥିବୁ ,

ଆଉ କେବେ ମୁଁ ।


ଭାରି ଇଚ୍ଛା ମୋର ସେ ନିରୋଳା ଜାଗାରେ ,

ତୋ କୋଳ ରେ ମୁଣ୍ଡ ଥାପି ଶୋଇବାକୁ ,

ମୁଁ ଶୋଇ ଥିବି ,

ଆଉ ତୁ ତୋର କୋମଳ ହାତ ଟିକୁ 

ଥାପି ଥିବୁ ମୋ ମୁଣ୍ଡରେ ,

ହାଲ୍କା ହାଲ୍କା ଆଉଁଶୁ ଆଉଁଶୁ

କେବେ ମୁଁ ତୋ ପ୍ରଶ୍ନ ର ଉତ୍ତର 

' ହୁଁ ' ରେ ଦେଉଥିବି,

ଆଉ ତୁ ପୁଣି ରାଗି ଯାଇ ,

ଅଭିମାନ କରୁଥିବୁ ।


ତୋତେ ମନେଇବାକୁ ମୁଁ ପୁଣି ଚେଷ୍ଟା କରୁଥିବି ।


ମୋର ଇଚ୍ଛା ସେ ବାଲୁକା ରାଶି ରେ ତୋ ହାତ ଧରି ଚାଲିବାକୁ , 

ତୋ ପାଦ ସହ ମୋ ପଦ ମିଶେଇ 

ଆଗକୁ ବଢ଼ିବାକୁ ।


ପୁଣି କେବେ ତା ଇଚ୍ଛା ବଦଳି ଯାଏ ,


କହି ଉଠେ

ମୋର ଇଚ୍ଛା

ତୁ ମୋ ବାଟ ଚାହିଁଥିବୁ ,

ଖାଇବା ଟେବୁଲ ପାଖରେ ,

ମୋ ପାଇଁ ତୁ ନ ଖାଇ ବସିଥିବୁ,

ତୋର ଏ ସ୍ନେହ ଦେଖି 

ମୋ ମନ ଆବେଗ ରେ ଭରିଯିବ, 

ତୋ ହାତରେ ତୁ ମୋତେ ଖୁଏଇ ଦେବୁ, ଆଉ ମୁଁ ବି ତୋତେ ।


ମୋର ଇଚ୍ଛା ତୋ ସହ 

ବାଲକନି ରେ ବସି ଗପିବାକୁ ,

କେତେବେଳେ ରାତି ପାହିଯିବ , 

ଜଣା ବି ନଥିବ.।


ମୋର ଇଚ୍ଛା ତୋତେ ସେ ରୋଷେଇ ଘରେ 

ଭାରି ହଇରାଣ କରିବାକୁ,

ହଁ କେବେ ମୁ ବି ରାନ୍ଧିଦେବି 

ତୋ ପାଇଁ ,

କିନ୍ତୁ ତୋ ପଛରେ ବୁଲୁଥିବି,

କୁନି ପିଲା ଟେ ପରି ।


ସେଇ ଲାଗି ତ

କହୁଛି

ମୋ ପ୍ରେମିକ

ଭାରି ଦୁଷ୍ଟ ଟିଏ ।


ସବୁ କହି ସାରି

ପୁଣି ରହି ଯାଏ ' ହୁଁ ' କହି ,


ଯାହା ସବୁ କହିଲି ସେ ସବୁ ଆର ଜନ୍ମ ପାଇଁ ,


ଆର ଜନ୍ମ କୁ 

ମୁଁ ଜନ୍ମ ନେବି ଖାଲି ତୋରି ପାଇଁ ,

ସବୁ ସ୍ବପ୍ନ ସତ କରିବି ଆର ଜନ୍ମ ରେ ,

ଏ ଜନ୍ମ ରେ ଖାଲି ଏଇ ଭାବନା ରେ 

ଟିକିଏ ବଞ୍ଚିବାକୁ ତ ଦେ ।


କିନ୍ତୁ ସେ ଜାଣି ପାରେନା ,

ଆର ଜନ୍ମ କିଏ ବା ଦେଖିଛି,

ସେଇ ଲାଗି ତ

ମୋ ପ୍ରେମିକ

ଭାରି ଦୁଷ୍ଟ ଟିଏ ,


ଦୁଷ୍ଟାମୀ କରେ କଥାରେ ,

ସ୍ବପ୍ନ ଦେଖାଏ ଖାଲି ଆଖିରେ ,

ତଥାପି ସେ ଭାରି ଭଲ ଟିଏ ।


Rate this content
Log in

Similar oriya poem from Romance