STORYMIRROR

Alekha Pasad Moharana

Romance

4  

Alekha Pasad Moharana

Romance

ସ୍ମୃତି

ସ୍ମୃତି

1 min
214


ମଧୁଝରା ସ୍ମୃତି ଜ୍ୟୋସ୍ନାଭରା ରାତି ଭାରି ମନେ ପଡେ ମୋର

ହୃଦୟ ମହକେ ସ୍ମୃତିର କୁହୁକେ ସ୍ମୃତି ମୋର ଆପଣାର।

ରୂପେଲି ଦ୍ୱୀପର ସୁନେଲି ମହଲେ ସ୍ମୃତି ହୀରା ଲୀଳା ମୋତି

ସେହି ମହଲରେ ରତ୍ନ ପଲଙ୍କରେ ଖୋଜେ ମୁଁ ପ୍ରିୟାର ସ୍ମୃତି।


ସ୍ମୃତି ନାଲି ଓଠ ସ୍ମୃତି ନଦୀ ତୁଠ ସ୍ମୃତି ପାଦ ଚଲାପଥ

ସେହି ଚଲାପଥେ ନିରବେ ନିଶିଥେ ଖୋଜେ ଜୀବନ ଅତୀତ।

ତୀର୍ଥ ଭୂଇଁ ସ୍ମୃତି ପ୍ରଣୟର ଭିତ୍ତି ଝରାଏ ଅସରା ପ୍ରୀତି

ସ୍ମୃତି ହୃଦ ଗୀତି ଅଭୁଲା କୀରତି ଅନୁରାଗ ଭରା ସ୍ତୁତି।


ସ୍ମୃତି କେବେ ପୁଣି କରିଦିଏ ଋଣୀ ଭାବି ଭାବି ଗତ ଗାଥା

ଝରା କୁସୁମର ବାସର ସମ୍ଭାର ବତୁରେ ଅନ୍ତର ବ୍ୟଥା ।

କେବେ ମିଠା ହସ କେବେ ବା ପୀୟୂଷ କେବେ ନିରାନନ୍ଦ ଧାର

କେବେ ମତିଭ୍ରମ କେବେ ବି ସମ୍ଭ୍ରମ କେବେ ପ୍ରତାରଣା ଗାର ।


ଆଗୋ ପ୍ରିୟତମା ସୁହାସିନୀ ବାମା ତୁମେ ମୋ ସ୍ମୃତି ଦର୍ପଣ

ବିଶ୍ୱାସର ମାଟି ଚିରଦିନ ଖାଣ୍ଟି ସ୍ମୃତି ସଦା ଅମଳିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance