STORYMIRROR

Nirlipta sethi

Abstract Romance

4  

Nirlipta sethi

Abstract Romance

ଭାବନା (୨)

ଭାବନା (୨)

1 min
183

କେବେ ଯଦି କିଏ ପଚାରନ୍ତା 

ଆମ ପ୍ରେମର ଚିତ୍ର କଥା ?

ବେଧଡକ୍ ମୁଁ

ଆଙ୍କି ପାରନ୍ତି  କି ମନ କାନ୍ଭାସ୍ ରେ ତୁମକୁ .....!

ଆଖି ବନ୍ଦ କରି ସବୁତକ ବାଦଲକୁ ଜୀବନରୁ 

ହଟେଇ, ଚୋରିକରି ବସନ୍ତି ମୁଁ

ଇନ୍ଦଧନୁରୁ ସେ ଅଷ୍ଟମ ରଙ୍ଗକୁ

ତୁମକୁ ରଙ୍ଗେଇବା ପାଇଁ ।।


ଏମିତି ହୁଅନ୍ତାନି !

ଯଦି କିଏ ମାଗି ବସନ୍ତା ଆମ ଗିତୀକଥା ବେସୁରାରେ ଗାଇ ପାରନ୍ତି ମୁଁ ତୁମକୁ.....ହୃଦୟରୁ ପ୍ରିତୀର ମଧୁଛନ୍ଦାରେ,

ଆଖି ବନ୍ଦ କରି ପହଞ୍ଚି ପାରନ୍ତି

ସୁରର ଅଷ୍ଟମ ତାଳରେ 

ଅନୁଭବିବା ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract