STORYMIRROR

Nirlipta sethi

Drama Romance

4  

Nirlipta sethi

Drama Romance

ମନେଟିକେ ରଖିବ !

ମନେଟିକେ ରଖିବ !

2 mins
283


ଚାକଚକ୍ୟ ଧୁଆଁ ଭର୍ତ୍ତି ତୁମ ସହରରୁ

ଖରା ମଉଳି ସଞ୍ଜଫୁଲ ଫୁଟିଲେ,

ଯାଯାବର ଗୋ!

ତୁମ ବାଲକୋନୀର ରଜନୀଗନ୍ଧା ମେଳରେ 

କପେ ଗରମ ଚା ସହ ବସିବ,

ହାଲକା ପବନ ! !

ତୁମ ଦେହରେ ଘଷିହେଇ

ତୁମ ନିଃଶ୍ବାସରେ ନେସିହେଲେ ,

ଆଖିବନ୍ଦ କରି ସେ ବାସ୍ନାକୁ ଖୋଜିବ !?


ବିଭୋରତା !? ନା.......!

ପ୍ରତିବଦଳେ ଆଉ କିଛି !!

କଣ ପାଇଲ ??

ଜାଣିବାର ଇଛା ମୁଁ ରଖୁଛି କି.....!

ମୋତେ ଜଣେଇବା ଜରୁରୀ ବି ନୁହେଁ,

କିନ୍ତୁ ସେ ବାସ୍ନାକୁ ଚିହ୍ନିପାରିଲେ ,ମନେ ଟିକେ ରଖିବ ।।


ସାଜସଜ୍ଜା ଛଳନା ଭର୍ତ୍ତି ତୁମ ମନ ଆକାଶରୁ

ମିଛ ବାଦଲ ଲୁଚି ବାସ୍ତବତା ଟିକେ ଜିଇଁଲେ,

ଯାଯାବର ଗୋ !

ତୁମ ଛାତର ଛାତିରେ ତାରାଫୁଲଙ୍କ ମେଳରେ

ଖୋଟା ଭାଇ ଗୀତ ସହ ଭାବ ଟିକେ ବାନ୍ଧିବ,

ହାଲକା ଜ୍ୟୋସ୍ନା! !

ତୁମ ଦେହକୁ ଭେଦି

ତୁମ ମନକୁ ଭିଜେଇ ଦେଲେ,

ବାହୁବନ୍ଧନରେ ନିଜକୁ ବାନ୍ଧି ଅନୁଭବ କରିବ !?


କିଛି ଶୀହରଣ !? ନା ......!

ପ୍ରତିବଦଳେ ଆଉ କିଛି !!

କ'ଣ ଅନୁଭବିଲ ??

ଜାଣିବାର ଇଛା ମୁଁ ରଖୁନି କି.....!

ମୋତେ ଜଣେଇବା ଜରୁରୀ ବି ନୁହେଁ,

କିନ୍ତୁ ସେ ଭିଜାଓଠ ପ୍ରିତିକୁ ବାନ୍ଧିଲେ ମନେଟିକେ ରଖିବ ।।


ଚଳଚଞ୍ଚଳ ରଙ୍ଗୀନ ଅଭିନୟ ତୁମ ରୁମରେ

ମେକ-ଅପ୍ ଛାଡି ସଫା ଆଉ ଉଦାର ମୁହଁ ଦିଶିଲେ 

ଯାଯାବର ଗୋ !!

ତୁମ ମନ ଗହନବନରେ ପାରିଜାତ ଫୁଲ ଭିଡରେ

କଳା-ଗୋଲାପ କଣ୍ଟାକୁ ଜାବୁଡିବ ,

ହାଲକା କଷ୍ଟ ! !

 ତୁମ ହାତରୁ ରକ୍ତ ଝରି

ତୁମ ଛାତିଟା ସମ୍ପୂର୍ଣ୍ଣ ରକ୍ତାକ୍ତ ହେଲେ ,

 ଧୈର୍ଯ୍ୟ ସହ ପଲକ ପକେଇ କ୍ଷତକୁ ଖୋଜିବ !?


କିଛି ଦରଜ !? ନା........!

ପ୍ରତିବଦଳେ ଆଉ କିଛି !!

କ'ଣ ପାଇଲ ??

ଜାଣିବାର ଇଛା ମୁଁ ରଖୁନି କି.....!

ମୋତେ ଜଣେଇବା ଜରୁରୀ ବି ନୁହେଁ,

ଆପଣାର କ୍ଷତକୁ ଚିହ୍ନିଲେ ମନେ ଟିକେ ରଖିବ ।।


ଚିକମିକ ଲୁହ ଭର୍ତ୍ତି ତୁମ ସ୍ବପ୍ନିଳ ଆଖିରୁ

ପ୍ରତାରଣା ରଙ୍ଗ ଛାଡି କରୁଣ ଚାହାଣି ଜକେଇଲେ,

ଯାଯାବର ଗୋ!

ତୁମ ବୟସ୍କ ପ୍ରେମର ଗୁଜୁରୁଥିବା ଅନ୍ଧାରଙ୍କ ମେଳରେ

ଜୁଳୁଜୁଳୁ ପୋକ ସାଥେ ଦୁଃଖ ବାଣ୍ଟିବ,

ହାଲକା ଆଲୁଅ ! !

ତୁମ ଆଖିରେ ଜଳି

ତୁମ ମନରେ ଧପ୍ କରି ଲିଭିଗଲେ ,

ମନେ ମନେ ଅନ୍ଧାର ପଛେ ଗୋଡେଇବ !?


କିଛି ଶୂନ୍ୟ!? ନା........!

ପ୍ରତିବଦଳେ ଆଉ କିଛି!!

କ'ଣ ପାଇଲ??

ଜାଣିବାର ଇଛା ମୁଁ ରଖୁନି କି....!

ମୋତେ ଜଣେଇବା ଜରୁରୀ ବି ନୁହେଁ,

ଚିହ୍ନା ଆଲୁଅକୁ ଚିହ୍ନିପାରିଲେ ମନେ ଟିକେ ରଖିବ ।।


ଚୁପଚାପ୍ ସହରର ମୁଣ୍ଡ ଉପରୁ

ରାତି ସାନ୍ଦ୍ରତା ଗାଢହେଇ ନୀରବର ପଣତ ଲମ୍ବିଲେ 

ଯାଯାବର ଗୋ!

ବନ୍ଦ ହେଉଥିବା ତୁମ ନିଦୁଆ ଆଖିର କୋଣରେ 

ବରଫ ପାଲଟୁଥିବା ଲୁହକୁ କୁହୁଳେଇବ ,

ହାଲକା ଗରମ ! !

ତୁମ ଓଠ ପିଇ ପିଇ

ତୁମ ତଣ୍ଟି ଓଦା ହେଇ ଶୁଖି ଗଲେ ,

ଶୁଷ୍କତାର ସ୍ମୃତି ନଈକୁ ଡେଇଁବ !?


କିଛି ତୃଷ୍ଣା! ? ନା........!

ପ୍ରତିବଦଳେ ଆଉ କିଛି !!

କ'ଣ ପାଇଲ? 

ଜାଣିବାର ଇଛା ମୁଁ ରଖୁନି କି.....!

ମୋତେ ଜଣେଇବା ଜରୁରୀ ବି ନୁହେଁ,

 ସ୍ମୃତିକୁ ଚିହ୍ନି ପାରିଲେ ମନେ ଟିକେ ରଖିବ ।।




Rate this content
Log in

Similar oriya poem from Drama