STORYMIRROR

Debabrata Mishra

Drama Romance Classics

3  

Debabrata Mishra

Drama Romance Classics

ପ୍ରୀତିର ସୁଗନ୍ଧ

ପ୍ରୀତିର ସୁଗନ୍ଧ

1 min
164


ତୁମ କୃଷ୍ଣଚୂଡ଼ା ହୃଦୟରେ ମୁଁ ରଙ୍ଗ ହୋଇ ମାଖିଯିବି

ପ୍ରଜାପତି ହୋଇ ତୁମ ମନ ବଗିଚାରେ ଉଡ଼ିବାକୁ ଦିଅ।


ମେଘମାନେ ହେଲେଣି ଆତୁର ଛୁଇଁବେ ତୁମର ଅଙ୍ଗ

ଶୁଷ୍କ ମଧୁ ମୁହୁର୍ତ୍ତେ ଟିକେ ଆଳାପର ମୋତେ ଅନୁମତି ଦିଅ ।


ମାଳି ବଗିଚାର ସାଉଁଟି ନେବ ଅନାୟାସେ କେତେବେଳେ

ତୁମ ମନର ଗୁପ୍ତ ଶାଖାରେ ବସିବାକୁ ଯାଗାଟିକେ ଦିଅ ।


ଆହାଃ ତୁମ ପ୍ରୀତିର ଅପୂର୍ବ ସୁଗନ୍ଧ ବିରଳ ସେ ପ୍ରାପ୍ତ ହେବା

ଋତୁ ଶେଷ ପୂର୍ବରୁ କ୍ଷଣିକ ଅନୁଭବିବାର ସୁଯୋଗ ତ ଦିଅ ।


ମାଟି ସହ ବନ୍ଧୁତା ରଖିଛି ମୁହିଁ ମାଟି ମୁହାଁ ଯଦି ହେବ

ଘାସ ହୋଇ ଚୁମିବାକୁ ପଦଦ୍ୱୟ ତୁମ, ଅଳପ ସମୟ ଦିଅ।


ତୁମକୁ ଆଲିଙ୍ଗନ କରିବାର ଅଭିଳାଷ ନାହିଁ ଜମା ପ୍ରିୟା

ଅପଲକ ନୟନରେ ତୁମଦୁଇ ନୟନ ନଦୀରେ ବୁଡ଼ିବାକୁ ଦିଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama