STORYMIRROR

Alok Kumar Das

Drama Romance Tragedy

4  

Alok Kumar Das

Drama Romance Tragedy

ନୀରବେ ଝୁରୁଛି ଏକା

ନୀରବେ ଝୁରୁଛି ଏକା

1 min
23.8K

କହିଥିଲା ନଈ ନିଶ୍ଚୟେ ଫେରିବା

 ସାଗରେ ମିଶିବାକୁ ପାଇଁ, 

କେଜାଣି କେମିତି ବାଟବଣା ହୋଇ

କେଉଁ ଆଡେ ଗଲା ବହି.. 

ସାଗର ଚାହିଁଛି ତାର ବୁକୁ ଖୋଲି

କେବେ ତ ଫେରି ସେଇ, 

ଫେନିଳ କରି ତାହାର ହୃଦୟ

 ତାର ମୃଦୁ ସ୍ପର୍ଶ ଦେଇ.. 

ପୋହଳା ମୁକ୍ତାର ସମ୍ଭାର ଆଜି

ସାଗର ମଧ୍ୟରେ ଫିକା, 

ମୁହାଣ ମୁହଁର ଚୋରା ବାଲି କହେ

ସାଗର ମନର ବ୍ୟଥା.. 

ସାଗର ମନର ବ୍ୟଥା.. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama