STORYMIRROR

Alok Kumar Das

Romance Inspirational

3  

Alok Kumar Das

Romance Inspirational

ନୀରବେ ଝୁରୁଛି ଏକା

ନୀରବେ ଝୁରୁଛି ଏକା

1 min
11.7K

କହିଥିଲା ନଈ ନିଶ୍ଚୟ ଫେରିବି 

ସାଗରେ ମିଶିବା ପାଇଁ, 

କେଜାଣି କେମିତି ବାଟବଣା ହୋଇ 

କେଉଁ ଆଡେ ଗଲା ବହି... 

ସାଗର ଚାହିଁଛି ତାର ବୁକୁ ଖୋଲି 

କେବେତ ଫେରିବ ସେହି, 

ଫେନିଳ କରିବ ତାହାର ହୃଦୟ 

ତାର ମୃଦୁ ସ୍ପର୍ଶ ଦେଇ.. 

ପୋହଳା ମୁକ୍ତାର ସମ୍ଭାର ଆଜି 

ସାଗର ମଧ୍ୟରେ ଫିକା, 

ମୁହାଁଣ ମୁଁହର ଚୋରାବାଲି କହେ 

ସାଗର ମନର ବ୍ୟଥା.. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance