ଉଡାଇ ଦେଲି ମୁଁ ତୋତେ
ଉଡାଇ ଦେଲି ମୁଁ ତୋତେ
ଉଡାଇ ଦେଲି ମୁଁ ତୋତେ ଏ ଆକାଶେ
ପବନକୁ ହାତ ଟେକି,
ଡରିଯିବୁନାଇଁ ଶୂନ୍ୟକୁ ଦେଖି
ଉର୍ମିମାଳା ତୋ ସାଥି...
ପତଂଗ ପରା ତୁ ଆକାଶର ସାଥି
ପବନର ସହଚର,
ନିଳାଭଉର୍ମିର ଅତି ଅନ୍ତରଙ୍ଗ
ଶୂନ୍ୟପରା ତୋ ଘର,...
ଦେଇଛି ଶିଖାଇଉଡିବା, ଲଢିବା
ଜୀବନର ପ୍ରତିକ୍ଷଣେ,
ଏକାଭାବିବୁନି ନିଜକୁ ଉପରେ
ମୁଁ ଥିବି ତୋର ସ୍ମରଣେ....
ଶିଖାଇଛି ତୋତେ ଜୀବନଟା ପରା
କେତେଖରା କେତେ ଛାଇ,
ପାରିହୋଇଗଲେ ଦୁଃଖ ସାଗରକୁ
ପାରିବୁ ଶୂନ୍ୟକୁ ଛୁଇଁ...
ବାଟ ଭୁଲିଯିବୁ ନାଇଁ
ବାଟ ଭୁଲିଯିବୁ ନାଇଁ...