STORYMIRROR

Alok Kumar Das

Abstract Inspirational

2  

Alok Kumar Das

Abstract Inspirational

ଉଡାଇ ଦେଲି ମୁଁ ତୋତେ

ଉଡାଇ ଦେଲି ମୁଁ ତୋତେ

1 min
19

ଉଡାଇ ଦେଲି ମୁଁ ତୋତେ ଏ ଆକାଶେ 

ପବନକୁ ହାତ ଟେକି, 

ଡରିଯିବୁନାଇଁ ଶୂନ୍ୟକୁ ଦେଖି 

ଉର୍ମିମାଳା ତୋ ସାଥି... 

ପତଂଗ ପରା ତୁ ଆକାଶର ସାଥି 

ପବନର ସହଚର, 

ନିଳାଭଉର୍ମିର ଅତି ଅନ୍ତରଙ୍ଗ 

ଶୂନ୍ୟପରା ତୋ ଘର,... 

ଦେଇଛି ଶିଖାଇଉଡିବା, ଲଢିବା

ଜୀବନର ପ୍ରତିକ୍ଷଣେ, 

ଏକାଭାବିବୁନି ନିଜକୁ ଉପରେ 

ମୁଁ ଥିବି ତୋର ସ୍ମରଣେ.... 

ଶିଖାଇଛି ତୋତେ ଜୀବନଟା ପରା

କେତେଖରା କେତେ ଛାଇ, 

ପାରିହୋଇଗଲେ ଦୁଃଖ ସାଗରକୁ 

ପାରିବୁ ଶୂନ୍ୟକୁ ଛୁଇଁ... 

ବାଟ ଭୁଲିଯିବୁ ନାଇଁ 

ବାଟ ଭୁଲିଯିବୁ ନାଇଁ... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract