ଗୁରୁ ହେ ତୁମ୍ଭେ ଇଶ୍ୱର
ଗୁରୁ ହେ ତୁମ୍ଭେ ଇଶ୍ୱର


ଶିକ୍ଷାର ନିର୍ଝରେ ଅଜ୍ଞାନ ଅନ୍ଧାରୁଁ
ତାରିଛ ଭାଗିରଥ ତୁମ୍ଭେ ସାଜି,
ଦିନପରେ ଦିନ ବିତି ଯିବ ହେଲେ
ଚିର ଅମ୍ଳାନ ତୁମ୍ଭ ଶିକ୍ଷଣର ଛବି |
ପୁଲକିତ କରି ଶିକ୍ଷାର ସୁଗନ୍ଧେ,
ବରିଛ ସୃଷ୍ଟିରେ ଅମର ଯଶ,
ଜ୍ଞାନ ଗାରିମାର ଅଫୁରନ୍ତ ଆଭା
ଆମ ହୃଦେ କରିଛ ବିନ୍ୟାସ |
ଜ୍ଞାନର ଦିଗନ୍ତ ବିସ୍ତାରି ବ୍ୟୋମେ
ଦେଇଛ ଅଜ୍ଞାନକୁ ନିତି ଯେ ଛାୟା,
ତୁମ୍ଭ ସ୍ପର୍ଶେ ପୁଣି ବଦଳି ଯାଇଛି
ଅଗଣିତ କେତେ କାୟା |
ଆଜି ଏ ସମୟେ ତୁମ୍ଭ ଭାବନାରେ
ପୁରି ଉଠୁଛି ଆମ୍ଭ ଅନ୍ତର,
କାମନା କରୁଛୁ ତୁମ୍ଭେ ଜ୍ଞାନଜ୍ୟୋତି
ଏମିତି ଚିର ବିତର |
ଗୁରୁ ହେ ତୁମ୍ଭେ ଇଶ୍ୱର !!