STORYMIRROR

Alok Kumar Das

Tragedy

3  

Alok Kumar Das

Tragedy

ସାଗର ମନର ବ୍ୟଥା

ସାଗର ମନର ବ୍ୟଥା

1 min
51

କହିଥିଲା ନଈ ନିଶ୍ଚୟ ଫେରିବ 

ସାଗରେମିଶିବା ପାଇଁ, 

କେଜାଣି କେମିତି ବାଟବଣା ହୋଇ 

କେଉଁ ଆଡେ ଗଲା ବହି ||

ସାଗର ଚାହିଁଛି ତାର ବୁକୁ ଖୋଲି 

କେବେ ତ ଫେରିବ ସେହି, 

ଫେନିଳ କରିବ ତାହାର ହୃଦୟ 

ନିଜ ମୃଦୁ ସ୍ପର୍ଶ ଦେଇ ||

ପୋହଳା ମୁକ୍ତାର ସମ୍ଭାର ଆଜି 

ସାଗର ମଧ୍ୟରେ ଫିକା, 

ମୁହାଣ ମୁହଁର ଚୋରା ବାଲି କହେ 

ସାଗର ମନର ବ୍ୟଥା ||


Rate this content
Log in

Similar oriya poem from Tragedy