STORYMIRROR

Sarita Rani Mohanty

Drama

4  

Sarita Rani Mohanty

Drama

ମାଆ

ମାଆ

1 min
24.1K


ଝୁଣ୍ଟି ପଡେ ଯେବେ ମାଆ ଡାକୁ ଥାଇ

   ଅନ୍ୟ ବେଳେ ଭୁଲି ଯାଏ

ଚଳନ୍ତି ଠାକୁର ମାଆ ତ ମୋହର

     ଡାକୁ ଥିବି ମଲା ଯାଏ।


ତା ବୁକୁ ପାନୀୟ ବଞ୍ଚିବା କାରଣ

     ଉତ୍ସ ଶାନ୍ତି ସନ୍ତୋଷ ର

ଜ୍ଵାଳା ଜଞ୍ଜାଳ ର ଦୁଃଖ ନୈରାଶର

     ତା ପାଇଁ ପାଣିର ଗାର।


ଜୀବନ ଜଞ୍ଜାଳ ଆଲୋକର ଶିଖା

    ଜଳେ ଯିଏ ପିଲା ପାଇଁ

ମାଆ ଋଣ କିଏ ଶୁଝି ପାରେ ନାହିଁ

    ମଣିଷ ଜନମ ପାଇଁ।


ଏ ମାତୃ ଦିବସେ ଏତିକି ପ୍ରାର୍ଥନା

   ସବୁ ପିଲାଙ୍କର ପାଇଁ

ଶେଷ ଜୀବନର ହୁଅ ଆଶା ବାଡ଼ି

    ଖୁସି ରେ ରହିବ ସେହି।


ମାତୃ ଦ୍ରୋହୀ କେବେ ହେବା ନାହିଁ ଆମେ

   ଆଜିଠୁ ଶପଥ ନେବା

ଯାହା ହାତ ଧରି ଚାଲି ଶିଖିଥିଲେ

    ସେ ହାତକୁ ନ ଛାଡ଼ିବା।


ଆମ ଜୀବନର ପ୍ରଥମ ଗୁରୁ ସେ

   ମଗେନା ଗୁରୁ ଦକ୍ଷିଣା

ସନ୍ତାନ ପାଇଁକି ହସି ହସି ଯିଏ

   ସହି ନିଏ ତ ଯାତନା।


ମାଆ ଡାକ ଅଟେ ମଧୁଠୁ ମଧୁର

    କଥା ତା ଅମୃତ ଧାରା

ତ୍ୟାଗର ମୂରତି ମମତାମୟୀ ସେ

   ଆମରି ମାଆ ସେ ପରା।


ଦଶ ମାସ ବୋଝ ବହି ଚାଲି ଥାଏ

   କରେ ନାହିଁ ପ୍ରତିବାଦ

କେତେ ଯେ ଅଝଟ ସାହିଛି ଆମର

  ଭାବେ ଅମୂଲ୍ୟ ସମ୍ପଦ।


ଆଶ୍ୱାସନା ବାଣୀ ପଣତ କାନି ତା

    ଅଭୟ ଆଶ୍ରୟ ଦିଏ

ପାଦ ସ୍ପର୍ଶ କରି ଘରୁ ବାହାରିଲେ

   ବିପଦ ବି ଟଳି ଯାଏ।


ଏତିକି ମାଗୁଣୀ ପ୍ରଭୁଙ୍କ ପାଖରେ

    ଆଜି ଏ ମାତୃ ଦିବସେ

ଜୀବ ଗଲା ବେଳେ ମାଆ ଡାକି ଦେବି

     ବଞ୍ଚିବି ଏହି ବିଶ୍ୱାସେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama