STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ବଡ଼ ଦେଉଳରେ ସର୍ବୋପରି ବଡ

ବଡ଼ ଦେଉଳରେ ସର୍ବୋପରି ବଡ

1 min
25


ବିଶ୍ଵନିୟନ୍ତା ଶ୍ରୀଜଗନ୍ନାଥଙ୍କର 

ମହିମା ରହସ୍ୟମୟ

ରୀତି ନୀତି କିନ୍ତୁ ମାନବ ପରାଏ 

ସବୁଠୁ ଆଶ୍ଚର୍ଯ୍ୟମୟ

ବଡ଼ ଦେଉଳ ନାମରେ ଶ୍ରୀମନ୍ଦିର

ମନ୍ଦିର ଭିତରେ ବେଢ଼ା

ବଡ ସାନ ଏଠି ସଭିଏଁ ସମାନ 

ଅବଢ଼ା କି ମନଗଢା !!

ପରିଚିତ ବଡ଼ ଠାକୁର ନାମରେ 

ସ୍ଵୟଂ ପ୍ରଭୁ ଜଗନ୍ନାଥ

ବଡ଼ ବେଦୀ ଭାବେ ରତ୍ନ ସିଂହାସନ

ସିଂହାସନେ ବିରାଜିତ

ବଡ ବଳବାନ ଭାଇ ସହିତରେ

ବଡ ଗେହ୍ଲା ସେ ଭଉଣୀ

ବଡ ପୁଣି ଲକ୍ଷ୍ମୀ ଘରଣୀ ଚଞ୍ଚଳା 

ବଡ ଅଭିମାନ ପୁଣି

ବେଢ଼ା ରେ ରହିଛି ବିମଳା ମନ୍ଦିର

ବଡ ଦୁର୍ଗତି ହାରିଣୀ 

ପ୍ରଭୁଙ୍କ ନୈବେଦ୍ୟ ଗ୍ରହଣ କରନ୍ତି

ମହାପ୍ରସାଦ କାରିଣୀ

ଆନନ୍ଦ ବଜାରେ ମହାପ୍ରସାଦର 

ବଡ ମାନ୍ୟତା ରହିଛି

ବଡ ସାନ ମିଶି ମାଟି କୁଡ଼ୁଆରେ

ଖାଇ ମୁଣ୍ଡରେ ବୋଳୁଛି 


ଏତେ ବଡ଼ ଆଖି ଦେଖି ଲାଖେ ଆଖି

ବଡ଼ ଦିଅଁ ବଡ ଆଖି

ବଡ ପଣ୍ଡା ନିତି ଦେଖୁଛି ସେ ଆଖି

ଧନ୍ୟ ତା ଜିବନ ପକ୍ଷୀ

ନିତିଦିନ ବଡ ସିଂହାର ବେଶରେ

ବଡ ଶୋଭା ପ୍ରକାଶଇ 

ବଡ ବଡ ଚକା ନେତ୍ର ଥାଇ ପ୍ରଭୁ 

କିପରି ପାରୁଛ ଶୋଇ ?


ନିତି ବଡ ନେତ ଉଡ଼େ ଫର ଫର 

ପତିତପାବନ ବାନା

ଜ୍ଞାନୀ ଗୁଣୀ ସାଧୁ ମୂର୍ଖ ଓ ଚଣ୍ଡାଳ

ଦର୍ଶନ ନୁହଇ ମନା 

ବଡ଼ ଦାଣ୍ଡ ବଡ ଉତ୍ସବ ମୁଖର

ହେଉ ଦିନ ଅବା ରାତି

ବଡ ରଥ ଚଢ଼ି ପ୍ରଭୁ ଯାତ୍ରା କଲେ

ବଡ ଦାଣ୍ଡେ ଦୃଶ୍ୟ ଭକ୍ତି

ବଡ ରାଜା ଛେରା ପହଁରା କରନ୍ତି

ବଡ ଘୋଷ ଯାତ୍ରା ବେଳେ

ପରମ୍ପରା ସହ ବିଧି ବିଧାନରେ

ତିନି ରଥ ପଥେ ଚଳେ 

ବଡ ପ୍ରେମ ଭାବ ଦେଖିବାକୁ ମିଳେ

ବଡ ଦାଣ୍ଡେ ବଡ ରଥେ

ବଡ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ

ଭର୍ତ୍ସନା ବାହୁଡ଼ା ପଥେ

ବଡ କଥା ବଡ ଗାଳି ଶୁଣି ପ୍ରଭୁ

ହସନ୍ତି ରଙ୍ଗ ଅଧରେ

ବଡ ରସଗୋଲା ବଢ଼ାଇ ହାତରେ

ମାନ ଭାଙ୍ଗନ୍ତି ଅଚିରେ


ବଡ ଠାକୁରଙ୍କ ମହୋଦଧି ବିଜେ

ସାଗର ବିଜେ ନାମିତ

ପ୍ରତି ଅମାବାସ୍ୟା ତିଥିରେ ପାଳିତ

ବଡ ଉତ୍ସାହ ସହିତ

ବଡ ଠାକୁରଙ୍କ ଆସ୍ଥାନ ଯେଉଁଠି

ଚାରି ପାଖେ ସବୁ ବଡ

ବଡ ଦାଣ୍ଡ ବଡ ନେତ ବଡ ରଥ

ସର୍ବୋପରି ପ୍ରଭୁ ବଡ ।।


Rate this content
Log in

Similar oriya poem from Drama