STORYMIRROR

Sarita Rani Mohanty

Drama

4  

Sarita Rani Mohanty

Drama

ଅମୂଲ୍ୟ ରତ୍ନ

ଅମୂଲ୍ୟ ରତ୍ନ

1 min
23.3K


ସୃଷ୍ଟି ସ୍ଥିତି ଯିଏ ଯୁଗ ଯୁଗାନ୍ତରେ

   ଅଦ୍ୱିତୀୟ ସେ ଅନନ୍ୟା

ହୀରା ଲୀଳା ମୋତି ମାଣିକ୍ୟ ଠାରୁ ବି

   ମୂଲ୍ୟ ବାନ ଆମ କନ୍ୟା   ll


ସୂର୍ଯ୍ୟ ଶିଖା ସମ ଶକ୍ତି ପରିପୂର୍ଣ୍ଣ

   ବିଶ୍ଵରୂପା ବଇଭବ

ଜନନୀ,ଭଗିନୀ,ଜାୟା ତପସ୍ୱୀନୀ

   କୁଳର ଗର୍ବ ଗୌରବ    ll


ମାତୃ ହୃଦୟର ସୁନ୍ଦର୍ କଳିକା

   କର ତାକୁ ପ୍ରସ୍ଫୁଟିତ

ବାସନା ତାହାର ହେଲେ ବିକଶିତ

   ହସିବ ସାରା ଜଗତ      ll


ଅତ୍ୟାଚାର ତ୍ୟାଗୀ ରତ୍ନ ଟିଏ ଭାବି

    ଯତନ ତାହାର କର

ଭଲ ପାଇ ଥରେ  କର ଅନୁଭବ

  ହିତ ସେ ଦୁଇ କୁଳର     ll


କାନ ଡେରି ଶୁଣ ଆକୁଳ ଚିତ୍କାର

   ନହୁଇ ତୁମେ ନୃଶଂସ

ଜୀବନ୍ତ ମରଣ ନ'ହୁଅ କାରଣ

  ଶେଷେ ହେବ ଅବଶୋଷ    ll


ଦୀପକୁ ଜଳାଅ ଅନ୍ଧାର ଦୂରାଅ 

   ଆଲୋକ କର ପ୍ରଦାନ

ସୃଷ୍ଟି ହୀନା ଦୁଃଖୀ ନୁହେଁ ନିରିମାଖି

   ସେତ ଅମୂଲ୍ୟ ରତନ     ll


ଜର୍ଜରିତ ଆତ୍ମା ବିଳାପ କରଇ

  ମାଆ କୋଳ ଖୋଜୁଥାଏ

ଅସମ୍ଭବ ଯିଏ କରଇ ସମ୍ଭବ

  ଆମ କନ୍ୟାରତ୍ନ ସିଏ    ll


ନୈସର୍ଗିକ ତୁମ ମଣିଷ ପଣିଆ

   ତା' ଠାରେ ପରଖି ଶିଖ 

ସଦ୍ୟ ପ୍ରସ୍ଫୁଟିତ୍ ଫୁଲଟିଏ ପରି

   ପୁଣ୍ୟ ନଜରରେ ଦେଖ    ll


ସୁନେଲି ଭବିଷ୍ୟ ଭାବନାକୁ ରଖି

   ଉଦ୍ଦେଶ୍ୟ ରଖ ମହତ

ସୁସ୍ଥ ସମାଜ    ଗଠନ ପାଇଁକି

  କର ହେ ତାକୁ ସ୍ଵାଗତ     ll


ଇଛା ଶକ୍ତି ଆମ ପାହାଡ ସଦୃଶ

    କରି ତାକୁ ଦୃଢୀଭୂତ

ଆପଣେଇ ତାକୁ ହୃଦେ ସ୍ଥାନ ଦିଅ

   ସେ ପରା ତୁମ ରକତ     ll


ପୁତ୍ର ଅବା କନ୍ୟା ପ୍ରଭେଦ ନ' ରଖି

   ସମ ଭାବ ନୀତି ଧର

ବୁଢିଆଣୀ ଜାଲ କାଟି ଦେଇ ଦେଖ

   ହସିବ ତୁମ ସଂସାର       ll


ନାରୀ ନାରାୟଣୀ ସର୍ବଦା ପୂଜିତା 

   ଯୁଗେ ଯୁଗେ ପୂଜ୍ୟନିୟା 

ସୃଷ୍ଟିକୁ ବିନାସ ନ' କର ନୃଶଂସ

   କନ୍ୟା ପରା ବନ୍ଦନୀୟା     ll




Rate this content
Log in

Similar oriya poem from Drama