Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Drama

4  

Prasanna Kumar Madala

Drama

ଜୋକର୍

ଜୋକର୍

1 min
23.1K



ହେବ କି ହାଜର    ଡେଇଁ ସମାଜର 

ଅଦୃଶ୍ୟ ଲକ୍ଷ୍ମଣରେଖା

ପାର୍ବଣ ବେଳାରେ ଦଶ'ରା ମେଳାରେ

ହୁଅନ୍ତା ଟିକିଏ ଦେଖା ।

ପ୍ରତିବନ୍ଧ ସତ୍ତ୍ଵେ     ଏହିଥର ସତେ

ଆସିବ କି ତାଙ୍କ ସାଥେ

ନହେବ ବ୍ୟଥିତ      ଥିବି ଉପସ୍ଥିତ

ଲମ୍ବା ଟୋପି ପିନ୍ଧି ମାଥେ ।

ହେବନି ଚକିତ      ବିଚିତ୍ର ଅଙ୍କିତ

ହାସ୍ୟ ଅଭିନେତା ସାଜି

ସର୍କସ୍ ଭିତରେ    କୌତୁକ ବିତରେ

ଅସ୍ତିତ୍ବ ଲୁଚାଇ ଆଜି ।

ଚାରିଆଡ଼େ ବୁଲି    ପାରିନି ତ ଭୁଲି

ଦେଖିବାକୁ ଥରେ ଆସ

ଜାଣିଛି ସ୍ବଚ୍ଛଳେ   ଏବେ ଏ' ଅଞ୍ଚଳେ

କରୁଅଛ ବୋଲି ବାସ ।

ନିଜକୁ ହିଁ ଜାଳି    ଖେଳେ ଲୁଚକାଳି

ମୁହଁ ସାରା ରଙ୍ଗ ମାଖି

ପରିଚୟ ଜାଣି     ଦେଖି ଏହି ଠାଣି

ଝୁଙ୍କାଇ ଦେବନି ଆଖି ।

ହସୁଥାଏ ମୁହଁ      ପିଇ ପିଇ ଲୁହ

ଅନ୍ତରେ ସିନା ମୁଁ ଭରି

ତୁମ ଏ' ଅଞ୍ଚଳ      ଛାଡିବି ଚଞ୍ଚଳ

କାର୍ଯ୍ୟକ୍ରମ ଗଲେ ସରି ।

କେତେ ମୁଁ ଜର୍ଜର    ଦେଖିବ ନଜର

ବଞ୍ଚାଇ ଦୂରରୁ ଥରେ

ଏହାଛଡ଼ା କିଛି      ରଖିନାହିଁ ଇଚ୍ଛି

ଭାବିବନି ନିରାଦରେ ।

ଦେଉଅଛି କଥା   ହେଉ ପଛେ ବ୍ୟଥା

ରହିବି ସ୍ମୃତିରେ ଦହି

ତୁମେ ମଧ୍ୟ ପରେ   ଫେରିଯିବ ଘରେ

ବିଦାୟ ନେବ ଗୋ ସହୀ ।



Rate this content
Log in

Similar oriya poem from Drama