STORYMIRROR

BISWESWAR MAJHI

Drama Fantasy

4  

BISWESWAR MAJHI

Drama Fantasy

ପ୍ରକୃତିର ପ୍ରେମ ପରିପ୍ରକାଶ

ପ୍ରକୃତିର ପ୍ରେମ ପରିପ୍ରକାଶ

1 min
22.3K


ନଭ ଜଳ ସ୍ଥଳ ମିଶି ସୁନ୍ଦର ପ୍ରକୃତି

ପଞ୍ଚ ମହାଭୂତ ନେଇ ମହାନ ସଂସ୍ଥିତି।

ଫେନନୀଭ ସାଗର ବେଳାରେ ଅପ୍ରତିମ

କେଦାର କାନନ କାହିଁ ସ୍ଥାବର ଜଙ୍ଗମ।


ସୂର୍ଯ୍ୟ ଏକା ଦିବସରେ ଜ୍ୟୋତିର ଉଦ୍ଭାସ

ଚନ୍ଦ୍ର ତାରା ଗ୍ରହ ମେଳେ ରାତ୍ରିର ପ୍ରକାଶ।

ଆକାଶର ଚାନ୍ଦୁଆରେ ଅନୁପମ ଶୋଭା

ନିର୍ଝରିଣୀ ଗୀତ ଗାଏ ଇନ୍ଦ୍ରଧନୁ ବିଭା।


ତୃଣ ତରୁ କୀଟ ପଶୁ ପକ୍ଷୀ ସମାବେଶ

ଜଙ୍ଗମରେ ମହାସଙ୍ଗମ ପରିପ୍ରକାଶ।

ସୂର୍ଯ୍ୟ ପ୍ରାଣା କମଳିନୀ ଦିବା ପ୍ରସ୍ଫୁଟିତ

ଚନ୍ଦ୍ର ଉଦୟରେ କୁମୁଦିନୀ ଆତଯାତ।


ମଧୁମକ୍ଷି ଫୁଲେ ଉଡିବୁଲେ ଦିନ ସାରା

ଭେଟିଦିଏ ଜଗତକୁ ମଧୁ ମଧୁକ୍ଷରା।

ପ୍ରଜାପତି ଫୁଲରୁ ଫୁଲକୁ ସମାଗମ

ବିଧି ନିର୍ଦ୍ଦେଶରେ କରେ ପରାଗ ସଙ୍ଗମ।


ଫୁଲରୁ ଫଳ ଫଳରୁ ବୀଜଟିଏ ଜାତ

ବୀଜରୁ ନୂତନ ସୃଷ୍ଟି ଅଗ୍ରତେ ଜଗତ।

ପ୍ରଜାପତି ବର୍ଣ୍ଣବିଭା କେଡେ ମନୋହର

ଅତୀତ ତା ସଁବାଳୁଆ ଅତି କଦାକାର।


କାହିଁ କେତେଦୂର ଦେଶୁ ଗହୀର ମଥାକୁ

କୃମ ଅସୁମାରୀ ପ୍ରଜନନ କରିବାକୁ।

ସାଇବେରିୟା ଅଞ୍ଚଳୁ ନାନା ପକ୍ଷୀକୁଳ

ଚିଲିକା ହ୍ରଦକୁ ଆସୁଥାନ୍ତି ଯୁଗକାଳ।


ଅଦ୍ଭୁତ ଅସମଞ୍ଜସ ଘଟଣା ପ୍ରବାହ

ଦାର୍ଶନିକ ଚିନ୍ତାଧାରା କରେ ପ୍ରଭୁମୟ।

ଅନନ୍ତ ପ୍ରକୃତି କୋଳେ ସପ୍ରେମ ସଂସ୍ଥାନ

କରିବାକୁ ମନୁପୁତ୍ର ନୁହେଁ କି ଭାଜନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama