STORYMIRROR

Biswanath Nayak

Drama Romance

4  

Biswanath Nayak

Drama Romance

ଦୂରତା -------

ଦୂରତା -------

1 min
429


ମିଛ ଠାରୁ ସତ

ଦୂରତା ମାପିଲେ

ମିଛ କେବେ ସତ ହୁଏନା,

     ସତ୍ୟର ଆଲୋକେ

     ପ୍ରକାଶେ ଦୁନିଆ

     ମିଛ ଖୋଜେ ଖାଲି ବାହାନା। 

ପାପ ଠାରୁ ପୂଣ୍ୟ

କେତେ ଦୂରେ ଥାଏ

କରି ହୁଏନାହିଁ କଳନା,

      ପାପକୁ ପୁଣ୍ୟର

      ଯେତେ ରଙ୍ଗ ଦେଲେ

      ତାହା ଖାଲି ହୁଏ ଛଳନା। 

ପଶୁଠୁ ମଣିଷ

କେତେ ଦୂରତାରେ

ମଣିଷ ତ ମାପି ପାରେନା,

      ମଣିଷରୁ ପଶୁ

      ପାଲଟିବା ପାଇଁ

      ସମୟ ତ ମୋଟେ ଲାଗେନା। 

ନିଜ ଠାରୁ ପର

ଦୂରତାକୁ ମାପି

ବିତିଯାଏ ସାରା ଜମାନା,

      ଅହଂତ୍ଵ ପ୍ରାଚୀର

      ଭାଙ୍ଗି ଦେଲେ ଥରେ

      କିଛି ବି ଦୂରତା ରହେନା। 

ଜନମରୁ ମୃତ୍ୟୁ

ମୃତ୍ୟୁରୁ ଜନମ

ଦୂରତାକୁ କଲେ କଳନା,

      ଆତ୍ମା ଟି ଅଟଇ

      ଅଜର ଅମର

      କିଛି ବି ଦୂରତା ମିଳେନା। 

ବନ୍ଧନରୁ ମୋକ୍ଷ

କେତେ ଦୂରତାରେ

ଚିନ୍ତା କଲେ ଦିନ ସରେନା,

     ଭକତି ପୀୟୂଷ

     କଲେ ଆସ୍ଵାଦନ

     ତୁଟେ ବନ୍ଧନର ଯାତନା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama