STORYMIRROR

Sahadev Behera

Drama Others

4  

Sahadev Behera

Drama Others

ମୋ ସାଥି ଟମି

ମୋ ସାଥି ଟମି

1 min
376


 ତୁ ଯେବେ ଟମି ପାଶେ ଥାଉ ମୋର 

 ନ ଥାଏ କାହାକୁ ଡର 

 ତୁ ମୋର ସାଙ୍ଗ ମୁଁ ତୋର ସାଙ୍ଗ

 ଦୁହେଁ ତ ଦୁହେଁ ନିଜର ll

 

 ତୋ ପାଇଁ ସଜେଇ ରଖିଛି ତୋ ଖାଦ୍ୟ

 ଖିରି ପିଠା ମାଛ ଭାତ 

 ତୁହି ନ ଖାଇଲେ କେମିତି ଖାଇବି

 ଆମେ ଯେ ଦୁହେଁ ସଙ୍ଗାତ ll

 

 ଘର ଅଗଣାରେ ନିତି ଜଗିଥାଉ

 ଖେଳୁ ସାଥେ ପୁଣି ମୋର 

 ପଶୁ ହେଲେ ମଧ୍ଯ ପ୍ରଖର ତୋ ବୁଦ୍ଧି 

 ଧରି ଦେଉ ରାତ୍ରେ ଚୋର ll

 

 ପୋଲିସ ପାଖରେ ଅତି ଆପଣାର 

 କେତେ କାର୍ଯ୍ୟ ତୁହି କରୁ 

 ମୁନିବ ପାଇଁ ତୋ ଜୀବନକୁ ବାଜି 

 ଲଗାଇ ଦେଉ ନ ଡରି ll

 

 ଆଦିମ କାଳରୁ ମାନବ ତୋତେ ତ 

 ରଖିଛି ନିଜର କରି 

 ସୁଖରେ ଦୂଃଖରେ ରହିଥାଉ ସଦା 

 ପ୍ରିୟ ପରିଜନ ପରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama