STORYMIRROR

Sahadev Behera

Inspirational

3  

Sahadev Behera

Inspirational

ଦୀପାବଳୀ

ଦୀପାବଳୀ

1 min
218


ଆନନ୍ଦର ପର୍ବ  ଦୀପାବଳୀ ଆଜି 

  ଆଲୋକ ମାଳାରେ ସଜ 

ଘରଠୁ ମନ୍ଦିର  ଦୋକାନ ବଜାର 

   ସବୁଠି ହସ ମଉଜ ll 1


ପିତୃଶ୍ରାଦ୍ଧ ଦେଇ ପୂର୍ବ ପୁରୁଷଙ୍କୁ 

  ପୟା କାଠି ଦେଉ ଜାଳି 

ବଡ ବଡୁଆ ହୋ ଅନ୍ଧାରେ ଆସିଛ

  ଆଲୋକ ରେ ଯାଅ ଚାଲି ll 2


ତମ ଆର୍ଶୀବାଦ ଢାଳି ଦେଉଥିଲେ 

   ସରଗ ପୁରରେ ଥାଇ 

ଦୂର ହୁଏ ଦୁଃଖ ଅଶାନ୍ତି, କଷଣ 

     ମନେ କ୍ଳେଷ ନଲାଗଇ ll 3

     

ଓଡ଼ିଆ ଘରର  ପରମ୍ପରା ରୀତି 

    କେ ଅବା ଦେବ ପାସୋରି 

 ଘରେ ପିଠାପଣା ଆରିସା, କାକରା, 

    ହୁଏ ମଣ୍ଡା ଖିରିପୁରି ll4 

     

ରାବଣକୁ ବଧି   ଦଶରଥ ପୁତ୍ର 

    ଫେରି ଥିଲେ ଅଯୋଧ୍ୟାକୁ 

ବିଜୟ ଉଲ୍ଲାସେ ଆଲୋକ ମାଳାରେ 

    ପାଛୋଟି ଥିଲେ ରାମଙ୍କୁ ll 5

     

ଜଗତ କଲ୍ୟାଣୀ ମାତା କାତ୍ୟାୟନୀ 

   ପୂଜନ୍ତି ଜୟ ମାଆ କାଳୀ 

ରାଗ ହିଂସା ଦ୍ୱେଷ  ଅସତ୍ୟ ଗରବ

    ତୋ ପାଦେ ଦିଅନ୍ତି ଢାଳି ll 6


ଶିବ ପାରବତୀ  ଆରାଧନା କରି 

     ପୂଜନ୍ତି ଲଗାଇ ମନ 

ବ୍ୟବସାୟୀ ମନେ  ଆନନ୍ଦ ଅପାର 

     କରନ୍ତି ପୂଜା ଅର୍ଚ୍ଚନ ll 7


ଗାଆଁ ଦାଣ୍ଡେ ମିଳି  ପିଲାଏ ନାଚନ୍ତି 

    ଲଗାଇ ହାବେଳି ବାଣ 

ଆନନ୍ଦ ଉଲ୍ଲାସେ ସର୍ବେ ମସଗୁଲ 

    ଖୁସିରେ ହସଇ ପ୍ରାଣ ll 8

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational