ଦୀପାବଳୀ
ଦୀପାବଳୀ
ଆନନ୍ଦର ପର୍ବ ଦୀପାବଳୀ ଆଜି
ଆଲୋକ ମାଳାରେ ସଜ
ଘରଠୁ ମନ୍ଦିର ଦୋକାନ ବଜାର
ସବୁଠି ହସ ମଉଜ ll 1
ପିତୃଶ୍ରାଦ୍ଧ ଦେଇ ପୂର୍ବ ପୁରୁଷଙ୍କୁ
ପୟା କାଠି ଦେଉ ଜାଳି
ବଡ ବଡୁଆ ହୋ ଅନ୍ଧାରେ ଆସିଛ
ଆଲୋକ ରେ ଯାଅ ଚାଲି ll 2
ତମ ଆର୍ଶୀବାଦ ଢାଳି ଦେଉଥିଲେ
ସରଗ ପୁରରେ ଥାଇ
ଦୂର ହୁଏ ଦୁଃଖ ଅଶାନ୍ତି, କଷଣ
ମନେ କ୍ଳେଷ ନଲାଗଇ ll 3
ଓଡ଼ିଆ ଘରର ପରମ୍ପରା ରୀତି
କେ ଅବା ଦେବ ପାସୋରି
ଘରେ ପିଠାପଣା ଆରିସା, କାକରା,
ହୁଏ ମଣ୍ଡା ଖିରିପୁରି ll4
ରାବଣକୁ ବଧି ଦଶରଥ ପୁତ୍ର
ଫେରି ଥିଲେ ଅଯୋଧ୍ୟାକୁ
ବିଜୟ ଉଲ୍ଲାସେ ଆଲୋକ ମାଳାରେ
ପାଛୋଟି ଥିଲେ ରାମଙ୍କୁ ll 5
ଜଗତ କଲ୍ୟାଣୀ ମାତା କାତ୍ୟାୟନୀ
ପୂଜନ୍ତି ଜୟ ମାଆ କାଳୀ
ରାଗ ହିଂସା ଦ୍ୱେଷ ଅସତ୍ୟ ଗରବ
ତୋ ପାଦେ ଦିଅନ୍ତି ଢାଳି ll 6
ଶିବ ପାରବତୀ ଆରାଧନା କରି
ପୂଜନ୍ତି ଲଗାଇ ମନ
ବ୍ୟବସାୟୀ ମନେ ଆନନ୍ଦ ଅପାର
କରନ୍ତି ପୂଜା ଅର୍ଚ୍ଚନ ll 7
ଗାଆଁ ଦାଣ୍ଡେ ମିଳି ପିଲାଏ ନାଚନ୍ତି
ଲଗାଇ ହାବେଳି ବାଣ
ଆନନ୍ଦ ଉଲ୍ଲାସେ ସର୍ବେ ମସଗୁଲ
ଖୁସିରେ ହସଇ ପ୍ରାଣ ll 8
