ପ୍ରେମର ପରିଭାଷା
ପ୍ରେମର ପରିଭାଷା


ତମେ ଗଲା ପରେ ମୋତେ ଏକା କରି
ଚାହିଁଛ କି ଥରେ ଫେରି
ଜୀବନଟା ଏଠି ନରକ ହୋଇଛି
ମନଟା ଯାଇଛି ମରି ll 1
କେତେ ଯେ ବିଲୁଆ, କୁକୁର, ଶାଗୁଣା
ଚାରି ଆଡେ ଶୁଭେ ସ୍ବର
ନିଶ୍ବାସ ପ୍ରଶ୍ବାସ ଚଳୁନାହିଁ ଆଉ
ଲାଗୁଛି ଯେମିତି ଡର ll 2
ଦିନ ରାତି ଏକା ଲାଗେ ଅନ୍ଧକାର
ଅସହାୟ ନିସ୍ବ ପରି
ବିଶ୍ବାସ ପାଉନି କାହାକୁ ମୋହର
ସବୁ ତ ଯାଇଛି ହାରି ll 3
ମାନ ଅଭିମାନ&
nbsp;ପ୍ରେମ ପ୍ରୀତି ରାଗ
ଲିଭି ତ ଯାଇଛି ମନୁ
ଜଳନ୍ତା ନିଆଁରେ ଜଳୁଛି ଖାଲି ମୁଁ
କ୍ଷୀଣ ହୋଇଲାଣି ତନୁ ll 4
ଆଶାର ବୁକୁରେ ସମ୍ପର୍କର ସେତୁ
ଭୂଷୁଡି ଯାଇଛି କେବେ
ବିଶ୍ବାସର ବାଲି ରେଣୁ ଗଦା କଲେ
ଗଢି କି ହୋଇବ ଏବେ ll 5
ପ୍ରେମ ପରିଭାଷା ପ୍ରେମର ମହତ
ତମେ କି ବୁଝିବ ସତେ ?
ତମେ ଚାଲିଗଲ ଏକା ହୋଇ ସିନା
ଦାଣ୍ଡେ ଠିଆ କରି ମୋତେ ll 6