STORYMIRROR

Sahadev Behera

Others

4  

Sahadev Behera

Others

ହେ କବି ଦିବ୍ଯଦ୍ରଷ୍ଟା

ହେ କବି ଦିବ୍ଯଦ୍ରଷ୍ଟା

1 min
410


ତମେ ଅନ୍ତଃସ୍ୱର 

ମୋକ୍ଷପ୍ରାପ୍ତି ନିର୍ବାଣର

ତମେ ବେଦନାସିକ୍ତ 

ଅସହାୟ ତରୁଣୀର 

ତମେ ସ୍ରୋତସ୍ବିନୀ 

ନିନାଦିତ ନିର୍ଝରିଣୀର 

କୁଳୁ କୁଳୁ ନାଦ l


କେବେ ଅସହାୟା 

ଅଭିଶପ୍ତା ଅହଲ୍ୟାର 

ପାଷାଣ ହୃଦୟ

ଅବା ନିର୍ବାସିତ ସତୀସ୍ବାଧୀ 

ସୀତା ମାତାର ଅକୁହା ବିଳାପ ।


ଅନ୍ଧକାରେ ସୂର୍ଯ୍ୟାଲୋକ

ସ୍ପର୍ଶ କରୁଥିବା 

ଶକ୍ତିଶାଳୀ ବପୁବନ୍ତ

କେବେ ପୁଣି ବିନା ପାଦେ 

ଚନ୍ଦ୍ରପୃଷ୍ଠେ କିମ୍ବା ତାରାମେଳେ

ବିଚରଣ କରୁଥିବା 

ଏକ ମତୁଆଲା ମଣିଷ ।


ତେଲଲୁଣ ସଂସାରେ 

ପଖାଳ କଂସାର

ସ୍ବାଦ ଚାଖୁଥିବା ଅଭାବୀ ମଣିଷ ,

ଅବା ତୂଳିତଳ୍ପେ 

ଶୟନରତ ଜମିଦାରୀ 

ବୁଢ଼ାର ହାକିମାତି ଝିଙ୍ଗାସ

କେତେବେଳେ ପୁଣି

ଭୋକିଲା ପେଟରେ ଚାବୁକ ପ୍ରହାର 

ଖାଉଥିବା ଅସହାୟ ଗୋତି ଶ୍ରମିକର 

 ଯନ୍ତ୍ରଣା ଜର୍ଜରିତ କ୍ଷତାକ୍ତ ଫର୍ଦ୍ଦରେ 

 ଆଙ୍କୁଥିବା କଲମମୁନର ଶିଳ୍ପୀଟିଏ ।

 

ସକାଳର ମଙ୍ଗଳ ଆଳତୀ 

ସଞ୍ଜେ ଶଙ୍ଖ ଧ୍ବନି ମୁଖରିତ 

ଆଞ୍ଜୁଳା ଆଞ୍ଜୁଳା 

ଭକ୍ତି ନୈଵେଦ୍ୟର

ପସରା ବାଢୁଥିବା 

ଦରଦୀ ଭକ୍ତଟିଏ ।


କେବେ ପୁଣି ଭଗ୍ନ କୋଣାର୍କ 

ଗଢିବାର ପ୍ରୟାସ 

ଶୁଦ୍ଧ ଶବ୍ଦର ମୁଗୁନି ପଥରେ 

ଚିନ୍ତା ଚେତନାରେ ଉଦ୍ଭାସିତ 

ପରିକଳ୍ପନାର କଲମ ନିହାଣେ

ତମେ ସେହି ଶିଳ୍ପୀ ଦିବ୍ଯଦ୍ରଷ୍ଟା 

ଶିଳ୍ପୀକୂଳ ମଉଡ଼ମଣି 

ବିଶୁମହାରଣା ।


ବାର ବାର ଶତବାର ପ୍ରଣାମ ତମକୁ 

ତମ ସାଧନାର ବ୍ୟପ୍ତହୀନ 

ଦିବ୍ଯ ପରିପ୍ରକାଶ 

ନିଝୁମ୍ ରାତିର ଝିଁ ଝିଁ ଶବ୍ଦ, 

ଘର୍ମାକ୍ତ ଝାଞ୍ଜି ତାତିର 

ଡହଡହ ଖରା ପୁଣି 

କେବେ ବର୍ଷାର ତାଣ୍ଡବେ

ଭିଜି ଭିଜି ଅଜାଡି ଦେଉଥିବା

କୁଢକୁଢ ମଧୁଛନ୍ଦେ

ଭାଷାର ମଣିମୁକ୍ତା 

ତମେ ସେହି କବି 

ହେ ଦିବ୍ଯଦ୍ରଷ୍ଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍