STORYMIRROR

Sahadev Behera

Inspirational

3  

Sahadev Behera

Inspirational

ମନେପଡେ

ମନେପଡେ

1 min
247


ମନେ ପଡେ ଆଜି  ତୁମ କଥା ଭାରି

   ଦୁର୍ଗା ପୂଜା ଭିଡ ଭିତରେ

ମୋ ହାତକୁ ଛନ୍ଦି  ଦେହକୁ ଭିଡେଇ

   ବୁଲୁଥିଲ ଖୁସି ମନରେ ll1


ଏସନ ପୂଜାକୁ  ବରଷେ ପୁରିଲା

    ଦଶରା ପୂଜାର ଭିଡରେ

ତମକୁ ଖୋଜୁଛି ଏଣେ ତେଣେ ବୁଲି

     ପାଉନାହିଁ ଆଉ ଏଠାରେ ll 2


ଦେଇଥିଲି କିଣି ନାଲି ଶଙ୍ଖା ଚୂଡି

    କାନକୁ ସୁନାର ଫାଶିଆ

କେଉଁ ନାଗରକୁ ପ୍ରେମ ଦାନ କଲ 

    ମୋତେ କଲ ହୀନିମାନିଆ ll 3


କେତେ କଥା କହି  ଗୁପ୍ ଚୁପ୍ ଖାଇ

    କରିଥିଲ ମନକୁ ଚୋରି 

ସ୍ୱପ୍ନ ପରି ଲାଗେ  ଆଜିସବୁ ମୋତେ

    ଯେବେ ହେଲ ଆଉ କାହାରି ll4


ଅଳତା ଲଗା ସେ  ପାଦ ଦୁଇଟାକୁ

    କିଣି ଦେଇଥିଲି ସ୍ୟାଣ୍ଡଲ

ଦିନ କେଇଟାରେ  ବାଟ କାଟି ଦେଇ

    ଅବାଟକୁ ତମେ ଧାଇଁଲ ll 5


ଜରି ପକା ଶାଢୀ   କିଣି ଦେଇଥିଲି

    ଚନ୍ଦ୍ରଚୂଡ ହାର ବେକକୁ 

କାହା ଘର ବୋହୁ ସାଜିଲ ସୁନ୍ଦରୀ 

    ଧୋକା ଦେଇ ମୋର ପ୍ରେମକୁ ll 6


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational