ପୋଷାକ ହେଲାଣି ଛୋଟ
ପୋଷାକ ହେଲାଣି ଛୋଟ


(ବ୍ୟଙ୍ଗାତ୍ମକ କବିତା )
କି କଥା କହିବି ଆହେ ସୁଧିଜନ
ବେଳ କାଳ ଯାହା ହେଲାଣି
ବିଜ୍ଞାନ ଯୁଗରେ ଯେତେ ଆଗଉଛୁ
ଚଳଣିକୁ ଭୂଲି ଗଲୁଣି l
ପ୍ରଗତି ନାମରେ ବିକାଶ ର କଥା
ନାରୀ ସମାନତା ଚାଲିଛି
କା ଆଗେ କହିବି କହିବାକୁ ଲାଜ
ନାରୀ ଲଜ୍ଜା ସବୁ ଭୂଲୁଛି l
ଝିଅ ବୟସରେ ଫେସନ ହେଉଛି
ଖୋଲା ରଙ୍ଗ ମଞ୍ଚେ ନାଚୁଛି
ଅର୍ଦ୍ଧ ନଗ୍ନ ଦେହ ଫୁଙ୍ଗୁଳା ପରାଏ
ନିଜକୁ ସଜାଇ ଦେଉଛି ll
ପୁଅଠାରୁ ଆଗ ଦୁଇପାଦ ରହି
ଟଅପ୍, ଜିନ୍ ସ ନାଉଛି
ହାତ କଟା ଅବା ସର୍ଟ ପ୍ୟାଣ୍ଟ
ବିକିନି ପରି ସେ ପିନ୍ଧୁଛି ।
ଦେହେ ନାହିଁ ତାର ବସ୍ତ୍ର ଆଭୂଷଣ
ଆଣ୍ଠୁ ଲୁଚେ ନାହିଁ ପିନ୍ଧିଲେ
<p>ଅଧାପେଟ ଦିଶେ କଟା ପୋଷାକରେ
ଯଉବନ ଢେଉ ଉଛୁଳେ ll
ବାହା ହେଲାପରେ ମଥାରେ ଓଢଣୀ
ରହୁନାହିଁ ଖସି ଯାଉଛି
ଶାଢୀ ବଦଳରେ କୁରୁତା, ପ୍ଲାଜୋକୁ
ଦେହରେ ଘୋଡାଇ ରଖୁଛି ll
ଦିନରେ ନାଇଟ୍ ଅବା ପେଟିକୋଟ
ଟାଇଟି ପୋଷାକ ଲଗାଇ
ପଡିଶା ଘରକୁ ଯାଏ ବୁଲିବାକୁ
ଲାଜ ମହତକୁ ଆଡେଇ ll
କହିଲେ କହନ୍ତି ଗାନ୍ଧୀ ନୀତି ଆମେ
ପାଳୁଅଛୁ ନାହିଁ ଅରଟ
ଦେଶ ଅର୍ଥନୀତି ଦୁର୍ବଳ ହେଲାଣି
ପୋଷାକ ହେଲାଣି ଛୋଅଟ ll
ଆହେ ମହାବାହୁ ଦିବ୍ଯ ଦରଶନେ
ଦିଅ ହେ ସଦବୁଦ୍ଧି ଜ୍ଞାନ
ସୁଧୁରି ଯାଆନ୍ତୁ ନାରୀ ଏ ସମାଜେ
ଅକ୍ଷୂର୍ଣ୍ଣ ରହୁ ସନମାନ ll