STORYMIRROR

Sahadev Behera

Classics

3  

Sahadev Behera

Classics

ଏ ଦେହ ଥିଲେ ସର୍ବ ପାଇ

ଏ ଦେହ ଥିଲେ ସର୍ବ ପାଇ

1 min
279


ମନୁଷ୍ଯ ଜନ୍ମ ମହୀ ତଳେ 

ବିଧାତା ଜନ୍ମ କଲେ ହେଳେ ll


ଗଢିଲେ କାୟା ବେଢି ଚର୍ମ 

ସୁଧିଏ ଘେନ ଏହା ମର୍ମ ll 


ମାତୃ ଗର୍ଭରେ ପିଣ୍ଡ ଥାପି 

ଜନ୍ମିଲୁ ମୁଖେ ନାମ ଜପି ll 


ଦେହଟି ସର୍ବ ବ୍ୟାଧିଗ୍ରସ୍ତ 

ମନଟି ଲୋଭେ ବଶୀଭୂତ ll 


ମନର ମୂଳେ ଏ ଜଗତ 

ମୋହେ ନ ହେବୁ ବଶୀଭୂତ ll 


ଦେହଟି ମନ୍ଦିର ସମାନ 

ରଖ ସର୍ବଦା ପରିଚ୍ଛନ୍ନ ll 


ସୁସ୍ଥ ସବଳ ଦେହେ ମନ

ଈଶ୍ବର ସଦା ବିଦ୍ୟମାନ ll 


ରହିଲେ ଦେହ ନିରାମୟ

ଜପିବୁ ହରି କରିଧ୍ୟାୟ ll 


ଏ ଦେହ ଥିଲେ ସର୍ବ ପାଇ 

ଜ୍ଞାନ, ଭକତି, ଧର୍ମ ଧ୍ୟାୟୀ ll 


ଦେହର ବଳେ ବୁଦ୍ଧି ଲାଭ 

ମନୁଷ୍ଯ ଜନ୍ମ ଯେ ଦୁର୍ଲଭ ll 


ଏ ଦେହ ପ୍ରାଣେ ହରି ବାସ 

ସର୍ବଦା ରଖ ତୁ ବିଶ୍ବାସ ll 


କହଇ ସହଦେବ ଛାର 

ଦୋଷ ମୋ ବାରେ କ୍ଷମା କର ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics