Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Classics Inspirational Others

4  

Dr.Soumya Ranjan Khatua

Classics Inspirational Others

ଘରକୁ ଫେରୁଛି କାଳିଆ ....

ଘରକୁ ଫେରୁଛି କାଳିଆ ....

1 min
159



କୋଟି କୋଟି ଭକ୍ତର ହୃଦୟର ରାଜା ମଉଡ଼ ମଣି ,

ଗୁଣ୍ଡିଚା ରାଣୀଙ୍କ କଥାକୁ ରଖି ନବ ଦିନ ଯାତ୍ରାରେ ଯାଇଥିଲେ ଜନ୍ମବେଦୀ କି ପୁଣି ,

ଆଡ଼ପ ମଣ୍ଡପକୁ କରିଲେ ବିଜେ ସଙ୍ଗେ ବଡ଼ଭାଇ ବଳରାମ ମା ସୁଭଦ୍ରା ଓ ଶୁଦର୍ଶନ ଙ୍କୁ ନେଇ ,

ଯିବା ବଇଆଳିଶି ଆସିବା ବଇଆଳିଶି ଚକ ଯେ ମିଶି ହେଲା ଚଉରାଶିଚକ

ତେଣୁ ଚଉରାଶି କୋଟି ଜନ୍ମରୁ ଜୀବକୁ ମୁକ୍ତି ଦେବେ ସେହିଁ ।

ବାହୁଡା ଏକାଦଶୀ ଦିନ ଫେରୁଛନ୍ତି ମୋ କାଳିଆ ,

କାଲି ସୁନାବେଶ ହୋଇ ଦିଶିବେ ମୋ ଜଗନ୍ନାଥ ଭାରି ବଢିଆ ,

ଭକ୍ତର ଭଗବାନ ପତିତପାବନ ଭାବଗ୍ରାହୀ ସେ ମୋ କାଳିଆ ,

ପତିତ ମାନଙ୍କୁ ଉଦ୍ଧାରିବା ପାଇଁ ଏ ଘୋଷଯାତ୍ରା ତାଙ୍କର ରଚିଛନ୍ତି କେତେ ବଢିଆ ।

ରଥାରୂଢ ମୋ କଳା ବାମନ ଦିଅନ୍ତି ମନଲୋଭା ତ୍ରିଭଙ୍ଗୀ ଠାଣି ,

ମଝିରେ ମଝିରେ ମୁରୁକି ହସଟେ ଦେଇ ,

ସମଗ୍ର ବିଶ୍ୱବାସୀଙ୍କୁ ସେଇ ହସରେ କୃପା ନୟନରେ ଚାହିଁ ଦେଇ ,

ତାଙ୍କର ବାଙ୍କ ଚାହାଣୀରେ ନିଅନ୍ତି ସବୁ ଭକ୍ତକୁ କିଣି ।

ମା ପଡିଦାତ୍ରୀ ମହାଲକ୍ଷ୍ମୀ ଠାକୁରାଣୀ ଯେ ରାଗିଛନ୍ତି ,

ମା ଙ୍କୁ ନନେଇ ମୋ କାଳିଆ ଭାଉ ଭଉଣୀଙ୍କୁ ନେଇ ବୁଲିଯାଇଛନ୍ତି ,

ହେରା ପଞ୍ଚମୀ ଦିନ ରାଗରେ ମୋ ମା ନନ୍ଦିଘୋଷ ରଥ ବି ଭାଙ୍ଗିଛନ୍ତି ,

ଫେରିଲା ବେଳେ ମୋ ପ୍ରଭୁ ସାଙ୍ଗରେ ପାଟଶାଢ଼ୀ ଓ ରସଗୋଲା ବି ମା ଙ୍କ ପାଇଁ ଆଣିଛନ୍ତି ।

ନୀଳାଦ୍ରି ବିଜେ ଦିନ ମା ଙ୍କୁ ଦେବେ କାଳିଆ ସାଆନ୍ତ ପାଟଲୁଗା ନେଇ ,

ରସଗୋଲା ଖୁଆଇ ମନରୁ ରାଗ ଦେବେ ଭୁଲେଇ ,

କହିବେ ହେ ଜଗତ ମାତ କେମିତି ଯିବ ତୁମେ ଦେଢଶୁର ତୁମ ଥିଲେ ମୋ ସାଥେ ବଡ଼ଭାଇ ହଳପାଣୀ ,

ମାନ ଭଞ୍ଜନ କର ତୁମ ଶ୍ରୀମନ୍ଦିରରେ ମୋତେ ଯିବାକୁ ଦେଇ ।



Rate this content
Log in

Similar oriya poem from Classics