STORYMIRROR

Basanti Pattnaik

Classics Inspirational

4  

Basanti Pattnaik

Classics Inspirational

ଆମ ଓଡ଼ିଶା

ଆମ ଓଡ଼ିଶା

1 min
318

ଆମେ ଓଡ଼ିଆ

ମୋ ଭାଷା ବଢ଼ିଆ।


ଆମ ବଡ଼ଦାଣ୍ଡ ବଡ଼ ଠାକୁର

ମନ୍ଦିର ମାଳିନୀ ଭୁବନେଶ୍ୱର।


ଆମ ଐତିହ୍ୟ ପରମ୍ପରା ଅତି ବିଶାଳ

ହିମାଳୟ ଠାରୁ ଅଧିକ ଉଚ୍ଚତର।


ଆମ କୋଣାର୍କ,ଆମ ଖଣ୍ଡଗିରୀ ଗୁମ୍ଫା

ଆମ ସମୁଦ୍ର ଆମ ଚନ୍ଦ୍ରଭାଗା।


ଆମ ମହାନଦୀ ଆମ ଚିଲିକା

ଅପରୂପା ଋପସୀ ଅତି ମନଲୋଭା।


ଆମ ହାଇକୋର୍ଟ ଆମ ରେଭେନ୍ସା

କି ବଖାଣି ବି ଏହାରି ଗାଥା।


ଆମର ଖାଦ୍ୟ ଅତି ନିଆରା

କଣ କହିବି ଏହାର ପରମ୍ପରା।


ଆମ ରସଗୋଲା ଆମ ଦହି ବରା

ଆମ ଚାଟ୍, ପିଠା ପଣା ର ପସରା।


ଆମ ରସାବଳି ଆମ ପୋଡ଼ ପିଠା

ଆମ ଅଭଡ଼ା ବିଶ୍ବ ପ୍ରସିଦ୍ଧ ପରା।


ଆମ ଖୋର୍ଦ୍ଧା ର ପାଇକ ନାଟ‌

ଆମ ସମ୍ବଲପୁରୀଆ ଗୀତ କୁ ଥାଟ୍ଟ।


ଆମ ଆଦିବାସୀ ନାଚକୁ ତା ପରମ୍ପରା

ସବୁରି ମନକୁ ମୋହିଦିଏ ପରା।


ଆମ ଓଡ଼ିଶାର ଓଡ଼ିଶୀ ନାଚ

ଆମ ରଘୁରାଜପୁର ର କଳା ଚିତ୍ରପଟ୍ଟ।


ଆମ ଓଡ଼ିଶାର ସବୁ ପାଟ ଶାଢୀ

ପ୍ରଶିଦ୍ଧ ହୋଇଛି ସାରା ବିଶ୍ବକୁ ଧରି।


ଆମ ମା ମାଟିର ସ୍ବାଧୀନତା ପାଇଁ

କେତେ ବୀର ଲଢେ଼ଇ କରିଛି ଜୀବନ ଦେଇ।


ଆମ ପାହାଡ଼, ଝରଣା ଅରଣ୍ୟ ର ଗାଥା

ଅଶରନ୍ତି ଶୋଭା ର ଭଣ୍ଡାର ଅତି ମନଲୋଭା।


ଯେତେ ଦେଖିଲେ ପେଟ ପୁରେନାହି

ଯେତେ ବଖାଣି ବ ସରିବ ନାହିଁ।


ଆମ ଓଡ଼ିଶା କୁ ଆସ, ଥରେ ବୁଲିକି ଦେଖ

ତା ଅନୁପମା ଦେଖି ହୋଇବ ଚକିତ।


ଆମେ ଓଡ଼ିଶା ବାସୀ, ଭାଷା ବଢିଆ

ଆମ କଳା ସାହିତ୍ୟ, ଭାରି ବଢି।


ଆମ ଜଗତର ନାଥ ଶ୍ରୀ ଜଗନ୍ନାଥ

ସେ ଜଗତର ପାଳକ ସର୍ବେ ହୁଅନ୍ତି ମଥାନତ।


ମୁଁ ଓଡ଼ିଆଣୀ ବୋଲି ଗର୍ବ କରୁଅଛି

ଓଡ଼ିଶା ମୋ ମା ମାଟିକୁ ପ୍ରଣାମ କରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics