ଭାବ ବିନୋଦିଆ
ଭାବ ବିନୋଦିଆ
ଭାବ ବିନୋଦିଆ ଭାବର ଠାକୁର
ଭାବରେ ନିଏ ସେ ମୋହି
ଭାବ ଭକତିରେ ଭଜିଲେ ତା ନାମ
ଭବ ଦୁଃଖ ଦିଏ ଧୋଇ
ଦୟଣାର ମାଳ ତୁଳସୀ ର ଚୂଳ
ଫୁଲରେ ହୁଏସେ ବେଶ
ଯେତେ ଦେଖୁଥିଲେ ନୂଆ ଲାଗୁଥାଏ
ତା ଅଧା ଅଧର ହସ
ସେହି ଅଧା ହସ ଭାବର ବିଶ୍ୱାସ
ଜଗତ ହେଉଛି ଗାଇ..
ତା ସିଂହ ଦୁଆରେ ଭକତଙ୍କ ଧାଡି
ଲମ୍ବି ଥାଏ କୋଶକୋଶ
କାହିଁ କେତେ ଦୂରୁ ଆସିଥାନ୍ତି ସେତ
ଭୁଲିଯାଇ ଭୋକ ଶୋଷ
ସବୁରି ଓଠରେ ଜୟ ଜଗନ୍ନାଥ
ଭକ୍ତି ର ଉଛୁଳା ନଈ ..