STORYMIRROR

Dr.Soumya Ranjan Khatua

Classics Others

4  

Dr.Soumya Ranjan Khatua

Classics Others

କଳା କଳେବର କହ୍ନେଇ

କଳା କଳେବର କହ୍ନେଇ

1 min
245


ହେ ବାସୁଦେବ କଳା କଳେବର କହ୍ନେଇ କେଶବ ଶ୍ରୀକୃଷ୍ଣ,

ହେ କଳା କାହ୍ନୁ ନନ୍ଦ ଯଶୋଦା ନନ୍ଦନ ,

ଗୋପ ପୁର ବାସୀଙ୍କର ଅମୂଲ୍ୟ ରତନ ,

ଭକ୍ତ ଇଚ୍ଛା ପୂର୍ଣ୍ଣ ପାଇଁ ହେଲ ତୁମେ ଦେବକୀ ବସୁଦେବଙ୍କ ଅଷ୍ଟମ ନନ୍ଦନ . . . ।୧

ହେ କୃଷ୍ଣକେଶବ ମାତ୍ର ତିନିଦିନ ବୟଷେ କରିଲ ଯେ ପୁତନା ନିଧନ ,

ତୁମେ ଯେ ବକାସୁର ଅଘାସୁର ସଟକାସୁର ମୋକ୍ଷର କାରଣ ,

ଦୟାମୟ ତୁମେ କୁବଜାର ଉଦ୍ଧାର କାରଣ ,

ଗୋପ ଗୋପୀ ତୃଷ୍ଣା ମେଣ୍ଟେଇ ବାକୁ ତୁମେ ପ୍ରଭୁ କରିଲ କାଳୀୟ ଦଳନ . . . ।୨

ହେ ଗିରିଧାରୀ ଦେବରାଜ ଇନ୍ଦ୍ରଙ୍କର ଗର୍ବ ଗଞ୍ଜନ,

ଇନ୍ଦ୍ରଙ୍କ କୋପ ବୃଷ୍ଟିରୁ ରକ୍ଷାକଲ ଗୋପବାସୀଙ୍କୁ ଗୋବର୍ଦ୍ଧନ କରି ଧାରଣ ,

ହେ କେଶବ ଶ୍ରୀ ରାଧେଙ୍କ ପ୍ରାଣ ,

ତୁମେ ପୁଣି ମୀରାଙ୍କ ଭଜନ . . .। ୩

ହେ ମୁରଲୀଧର ଜଗାଇଦିଅ ଶାଶ୍ୱତ ପ୍ରେମ ବଜେଇ ତୁମେ ମୁରଲୀର ସ୍ଵନ,

ହେ ଯମୁନାର ମାନ ତୁମେ ତ କଂସ ମୋକ୍ଷର କାରଣ ,

ହେ ଦୁଃଖୀ ର ନୟନ ଭକ୍ତର ସ୍ପନ୍ଦନ ,

ତୁମେ ଦେବୀ ଦ୍ରୌପଦୀଙ୍କ ବିଶ୍ୱାସ ଓ ମାନ । ୪

ହେ ବିଶ୍ୱେଶ୍ୱର ଜନାର୍ଦ୍ଦନ ଶ୍ରୀମତ ଭଗବତଗୀତା ଜ୍ଞାନ ,

ହେ ମହାଭାରତ ମହାଯୁଦ୍ଧର ସ୍ରଷ୍ଟା ଓ ବିଜୟର କାରଣ ,

ଭରି ଦିଅ ଆଜିର ମୁଢ ମାନବ ମନେ ତୁମ ଦିବ୍ୟ ଜ୍ଞାନ ,

ରକ୍ଷା କର ଏ ବିପତ୍ତି କାଳେ ହେ ପ୍ରଭୁ ଲକ୍ଷ୍ମୀନାରାୟଣ ।।୫


Rate this content
Log in

Similar oriya poem from Classics