STORYMIRROR

Sasmita Patanaik

Classics Inspirational

4  

Sasmita Patanaik

Classics Inspirational

ତୋ ପଣତ କାନିରେ

ତୋ ପଣତ କାନିରେ

1 min
207

ଆଜି ପୁଣି ଇଛା ହଉଛି ତୋ ପଣତ କାନିରେ ଳୁଚି ଯିବାକୁ,

ମନ ଭରି ତୋ ହାତରୁ ଭାତ ଡାଲି ଖାଇବାକୁ,

ଆଉ ତୋ କୋଳରେ କିଚ୍ଛି କ୍ଷଣ ଶୋଇ ଯିବାକୁ !


ପୁଣି ଇଛା ହଉଛି,

ହାଲିଆ ଦେହକୁ ତୋ ସ୍ନେହର ପବନ ଦେବାକୁ,

ସବୁ ବ୍ୟସ୍ତତାକୁ ତୋ ପାଖରେ ପୂର୍ଣ୍ଣଛେଦ ଦେବାକୁ,

ତୋ କୋଳରେ କିଛି କ୍ଷଣ ଶୋଇ ଯିବାକୁ !


ପୁଣି ଇଛା ହଉଛି

ତୋର ସେଇ ମିଛି ମିଛିକା ଆକଟ ଶୁଣିବାକୁ,

ତୋ ଭରଷାରେ ଦୁନିଆ ସହ ଲଢ଼ି ଯିବାକୁ,

ତୋ ବିଶ୍ୱାସର ଏକ ରାଜପ୍ରାସାଦ ଗଢିବାକୁ !


ପୁଣି ଇଛା ,ହଉଛି

ତୋର କାନିରେ ମୋ କ୍ଲାନ୍ତକୁ ପୋଛି ଦେବାକୁ,

ତୋ ମନର ବ୍ୟଥାକୁ ନୀରବରେ ବୁଝିବାକୁ,

ତୋ କୋଳରେ କିଛି କ୍ଷଣ ଶୋଇ ଯିବାକୁ !


ପୁଣି ଇଛା,ହଉଛି

ପାଶୋରି ଯାଇଥିବା କ୍ଷଣକୁ ଫେରି ଯିବାକୁ,

ସବୁ ମାନ ଅଭିମାନକୁ ପଛରେ ପକାଇଦେବାକୁ,

ଆଜି ପୁଣି ଇଛା ହଉଚି ତୋ ପଣତ କାନିରେ ଳୁଚି ଯିବାକୁ !


ପୁଣି ଇଛା ହଉଛି,

ବର୍ଷରେ ତିନିଟା ନୂଆ ପୋଷକର ସଭ୍ୟତାକୁ ଫେରିବାକୁ,

ଆଜିର ମିଥ୍ୟା ପରିଚୟ ଆଉ କୃତ୍ରିମ ହସରୁ ବାହାରିବାକୁ,

ଛୋଟ ଛୋଟ ଖୁସିରେ ପୁଣି ଖୁସି ହେବାକୁ,

ଏସି ଛାଡି ତାଳପତ୍ର ପଙ୍ଖାର ପବନର ଆନନ୍ଦ ନେବାକୁ,

ଫ୍ରିଜ୍ ଛାଡି ମାଟି କଳସର ପାଣିରେ ତୃଷା ମେଣ୍ଟାଇବାକୁ,

ତୋଠୁ ସେଇ ରାଜକୁମାରୀ ଆଉ ଭୂତ କାହାଣୀ ଶୁଣିବାକୁ,

ଆଜି ପୁଣି ଇଛା ହଉଚି ତୋ ପଣତ କାନିରେ ଳୁଚି ଯିବାକୁ !


ଇଛା ହଉଛି

ତୋର ଆଡେଇଦେଇଥିବା କଥାକୁ ପୁଣି ଥରେ ମାନିବାକୁ,

ଛୋଟ ଛୋଟ ଭୁଲକୁ ପୁଣି ଥରେ ଠିକ୍ କରିବାକୁ,

ଶରୀର ନିସ୍ତେଜ ହେବା ଆଗରୁ ତୋ କୋଳର କୋମଳତାକୁ ସ୍ପର୍ଶ କରିବାକୁ,

ସବୁ ଭୁଲର ପ୍ରାୟଶ୍ଚିତ କରିବାକୁ,

ଆଜି ପୁଣି ଇଛା ହଉଛି ତୋ ପଣତ କାନିରେ ଳୁଚି ଯିବାକୁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics