STORYMIRROR

Sasmita Patanaik

Romance Classics Fantasy

3  

Sasmita Patanaik

Romance Classics Fantasy

ପରିଣତ ବୟସର ପ୍ରେମ

ପରିଣତ ବୟସର ପ୍ରେମ

1 min
254

କାହିଁକି ଏ ପରିଣତ ବୟସରେ ଇଛା ହଉଛିତୁମ ଚୁମ୍ବନରେ ମନକୁ ଟିକେ ଓଦା କରିବାକୁ


ଝାଉଁଳି ଯାଉଥିବା ଶାଖା ପ୍ରଶାଖାକୁ

ତୁମ ସ୍ପର୍ଶରେ ପ୍ରସ୍ଫୁଟିତ କରିବାକୁ


ଅସଜଡ଼ା ହେଇ ପଡିଥିବା ସ୍ମୃତିକୁ

ପୁଣି ଥରେ ସୁସଜ୍ଜିତ କରିବାକୁ


ଜଂଜାଳମୟ ପରିବେଶରୁ ଲୁଚି ଛପି

ପୁଣି ଥରେ ପ୍ରେମାଳାପ କରିବାକୁ


ଧୂଳି ଲାଗି ଯାଇଥିବା ପ୍ରେମ ପତ୍ର ଗୁଡିକୁ

ସାଉଁଟି ବନ୍ଧେଇ ରଖିବାକୁ


ଛୋଟ ଛୋଟ ସ୍ନେହର ସମ୍ଭାରକୁ

କାହାଣୀର ରୂପ ଦେବାକୁ


ପୁଣି ଥରେ ତୁମ ପ୍ରେମିକା ସାଜି

ସବୁ ଭୁଲି ପ୍ରେମରେ ବୁଡି ଯିବାକୁ


କାହିଁକି ଏ ପରିଣତ ବୟସରେ ଇଛା ହୁଏ

ତୁମ ଚୁମ୍ବନରେ ମନକୁ ଟିକେ ଓଦା କରିବାକୁ ।।



Rate this content
Log in

Similar oriya poem from Romance