STORYMIRROR

Sasmita Patanaik

Fantasy Others

3  

Sasmita Patanaik

Fantasy Others

ହସର ଲୁଚ କାଳି

ହସର ଲୁଚ କାଳି

1 min
151

ଆଜି ଏଇ ପାଚିଲା ବାଳେ

ବସି ମୁଁ ଭାବେ ବେଳେ ବେଳେ....


ଛୋଟ ବେଳର ସେଇ ବହି ବସ୍ତାନି ବୋଝ

ମା ବାପାଙ୍କ ଖାଇ ବି ମାଡ଼

ମୁହଁରେ ଥିଲା ଏକ ଖୋଲା ହସର ଛାପ।।


ସାଇକେଲରେ ଯାଇ କାହିଁ କେତେ ଦୁର

ଖରା ତରାର ନ ଥିଲା ତ କିଛି ଡର

ମୁହଁରେ ତଥାପି ରହୁଥିଲା ଖୋଲା ହସର ଛାପ।।


କଲେଜ ରାଗିଙ୍ଗ ବେଳର କଷ୍ଟ

ହଷ୍ଟେଲର ଖାଇ ପାଣିଆ ଡାଲି ଆଉ ଶୁଖିଲା ଭାତ

ସେମିଷ୍ଟାର ପାସ ପାଇଁ କରି କେତେ ଜାଗର

ହସକୁ ଲାଗି ନଥିଲା ତଥାପି କାହାରି ନଜର ।।


ସମୟ ସହ ବୁଦ୍ଧି ହେଲା ଟିକେ ପାକଳ

ଆରମ୍ଭ ହେଲା ସୁଖ ଦୁଃଖର ମାପ ଚାପ

ଆଉ ତା ସହ ହିସାବ ତେଲ ଲୁଣ ସଂସାରର

ସେତେବେଳେ ମୁହଁରୁ ଖସିଲା ଟିକେ ହସର ଛାପ।।


ଆଉ ଟିକେ ବଢ଼ିଲା ବୟସ

ତା ସହ ଵଢିଲା କର୍ତ୍ତବ୍ୟ ସବୁ ଆଡର

ଅଧିକ ରୁ ଅଧିକ ହେଲା ମୋହ ମିଥ୍ୟା ସଂସାରର

ମୁହଁ ରେ ରହିଗଲା ମୃଦୁ ହସର ଛାପ।।


ସବୁ ଦିଗରେ ବଢ଼ି ଚାଲିଲି

କିନ୍ତୁ ସେଇ ଖୋଲା ହସ କୋଉଠି ଯେମିତି ଛାଡ଼ି ଦେଇ ଆସିଲି

ଆଜି ପୁଣି ଖୋଜୁଚି ସେ ହସ କାଳେ ହସି ଦେବି ବୋଲି।।


ଆଜି ଏଇ ପାଚିଲା ବାଳେ

ବସି ମୁଁ ଭାବେ ବେଳେ ବେଳେ...

ଏ ପୁରୁଣା ଜୀବନକୁ ଫେରିବାର ତ ବାଟ ନାହିଁ

ଆଉ ଆଜି ବାପା ମାଙ୍କ ହାତରେ ସେ ଛାଟ ନାହିଁ

ଏଇ ଖୋଲା ସଂସାର ର ରଜ ଦୋଳିରେ ମଥା ମୋର ଘୁରି ଯାଉଛି

ହେଲେ ପୁରୁଣା ସାଙ୍ଗ ମାନଙ୍କ ଆସରରେ ବେଳେବେଳେ ସେଇ ହସ ଫେରି ପାଉଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy