STORYMIRROR

Sasmita Patanaik

Tragedy

3  

Sasmita Patanaik

Tragedy

ବିକଳ୍ପ

ବିକଳ୍ପ

1 min
240


ସ୍ୱାର୍ଥପର ଦୁନିଆରେ ନିଋଦ୍ଧିଷ୍ଟ ପଥରେ

        ବୁଲୁ ବୁଲୁ ସନ୍ଧାନ ପାଇଲି ସାଥୀର

ନୁହେଁ ସେ ଆଲୋକ କିମ୍ବା ଆଡମ୍ବର

        ନୀରବତା ହିଁ ହାତ ବଢାଇଥିଲା ବନ୍ଧୁତାର।।


ସମସ୍ତଙ୍କ ମନରେ ପ୍ରସ୍ଫୁଟିତ ଏକ ମାନ ସରୋବର

       ଯେ ଥିଲା ଶଠତାର ମୁଖର ପ୍ରସାଧନ

କେବଳ ହସର ମୁଖା ତଳେ ଯେ

       ଦୁଃଖର ଅନନ୍ତ ସାଗର ଲହୁଲୁହାଣ ।।


ବୁଝିବାକୁ ମଣିଷ ମନର ଗଭୀରତାକୁ

       ଶୁନ୍ୟତା ସହ ଗପିଗଲି ଅହରହ

ତଥାପି ଖୋଜି ପାଇବାକୁ ଅସମର୍ଥ ହେଲି

        ପ୍ରହେଳିକାକୁ ସମ୍ଭାବିତ ପଥ ।।


ଜାଣେନି ସନ୍ଧାନର ସମାପ୍ତ କୋଉଠି

        ତଥାପି ଜଳପ୍ରପାତରେ ନୌକା ବାହି ଚାଲିଛି

ଯାହାକୁ ଆପଣାର ବୋଲି ମନେ ହଉଛି

        ସେ ହିଁ ଦୁରୁହ ସ୍ବପ୍ନ ହୋଇ ରହିଯାଇଛି ।।


କଣ୍ଟକିତ ପଥରେ' 'କଳ୍ପନା' ଯେ ଫୁଲ ହେବ

        ଆଉ ସନ୍ଧାନ ଯେ ମରିଚୀକା ହେବ ଜାଣିଛି

ସମାଜର ଚାହାଣୀ ଯନ୍ତ୍ରଣା ଆଉ 

        ମନର ଆବେଗ ଯେ ସାନ୍ତ୍ଵନା ହେବ ଜାଣିଛି ।।


ତଥାପି ଖୋଜିଛି ଏମିତି ଏକ ବନ୍ଧୁ

        ଯିଏ ବାଣ୍ଟି ନେବ ଅବ୍ୟକ୍ତ କୋହ ଆଉ ଦୁଃଖକୁ

ଯିଏ ଦେବ ନିଜର କାନ୍ଧ ମଥାଟିକୁ ରଖିବାକୁ

        ଯିଏ ଦେବ ସାହସ ସମସ୍ତ ବିପଦକୁ ।।


ଶତ ଶତ ଚେଷ୍ଟା ଜୀବନେ ରହିବ

         ଏକା ନୀରବତାକୁ ସାଙ୍ଗ କରିବାକୁ

ଆଉ ଶୁନ୍ୟତା ସହ ଗପି, ଦୁଃଖକୁ

         ହୃଦୟର ଗୁମ୍ଫାରେ ସମାଧିସ୍ଥ କରିବାକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy