STORYMIRROR

Sasmita Patanaik

Tragedy

4  

Sasmita Patanaik

Tragedy

ବାବା

ବାବା

1 min
396


ଶୋଇଗଲ ତୁମେ ଚିର ନିଦ୍ରାରେ

କଣ ପାଇଁ ମୋତେ

ଏକା କରି ଦେଇଗଲ ସଂସାରର ଭିଡ ଭିତରେ !!


କିଏ ବା ଆଉ କରିବ ଆକଟ,

କଢ଼େଇଵ କିଏ ଆଉ ଏବେ ମାର୍ଗ,

ଚାଲିଗଲ ତୁମେ ଯେ, କରି ମତେ ଶ୍ରୀହିନ !!


ଆପଣେଇ ନେଉଥିଲ ସବୁ ଅଳି ଅଝଟକୁ,

ବୁଝେଇ ଦେଉଥିଲ, ଏକ ସରଳ ହସରେ ସବୁ;

କରି ତ ନ ଥିଲ କେବେ ତୁମେ ପାତର ଅନ୍ତର,

ତୋଳି ଦେଇଥିଲ ଅଟ୍ଟାଳିକା ତୁମ ସ୍ନେହ ଆଦରର !!


ମନେ ପଡେ ତୁମ ଛୋଟ ବଡ଼ ଆକଟ

କିନ୍ତୁ ଲାଗେ ଏ ଜୀବନରେ ଥିଲା ଆବଶ୍ୟକତା ତାର ;

ତୁମ ମିଥ୍ୟା ଅଭିମାନ ତୁମ ରାଗ;

ଖୋଜେ ପୁଣି ଆଜି ମନ ତାକୁ ବାରମ୍ବାର !!


ଥିଲି ଅପେକ୍ଷାରେ କହିବାକୁ କେତେ କଥା,

ଚାଲିଗଲ, ନ କହି ନ ଶୁଣି ପଦେ ବି ମୋ ମନର ବ୍ୟଥା;

କାହାକୁ ଡାକିବି ବାବା ବୋଲି ଏବେ,

କାହା ସହ ହେବି ଟିକେ ଦୁଷ୍ଟ ଏଇ ପାଚିଲା ବାଳେ !!


ଅଝଟ କରିବି କାହା ସମ୍ମୁଖରେ

ହାତ ଖର୍ଚ ଟିକେ ପାଇବାକୁ ଏଇ ପାକଳ ବୟସରେ;

ଛାଡ଼ି ଚାଲିଗଲ ସିନା ତୁମେ,

ମୁଁ ଯାଇଚି ରହି ଏବେ ବି ସେଇ ମୁହୂର୍ତ୍ତରେ

କାଳେ ଡାକିଦେବ ମୋତେ, ଫେରିଆସି ତୁମେ ପୁଣି ଥରେ !!


ଅନେଇ ବସିବି ତୁମ ଫେରା ବାଟକୁ,

ତୁମର ସେଇ ମିଛ କ୍ରୋଧ ଆଉ ମୋ ବିରୋଧ କରିବାକୁ,;

ଜନ୍ମ ଜନ୍ମ ପାଇଁ ତୁମକୁ ବାବା ବୋଲି ଡା଼କିବାକୁ,

ଆଉ ତୁମ ସ୍ନେହ ଆଉ ଆଶୀର୍ବାଦର ଭଣ୍ଡାର ପାଇବାକୁ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy