STORYMIRROR

Sasmita Patanaik

Tragedy

2  

Sasmita Patanaik

Tragedy

ମମତା

ମମତା

1 min
380

ଆଖିର ଲୁହକୁ ଶୁଖେଇ,

ମନର କୋହକୁ ଲୁଚେଇ 

ଢାଳି ଦେଇଥାଉ ସବୁ ସ୍ନେହ ସରାଗ

ତୋରି କୁନି କୁନି ଛୁଆଙ୍କ ଉପରେ


ସେମାନଙ୍କ ପାଦର ଚାଲି,

ସେମାନଙ୍କ ହସର ଖିଲିଖିଲି,

ଆଉ ସବୁ ଇଛାର ଉଦବେଗ,

ସବୁକୁ ଚାହିଁ ଥାଉ ଚାତକ ପରି


ପେଟର ଭୋକକୁ ପେଟରେ ମାରି,

ଛୁଆଙ୍କ ଇଚ୍ଛାକୁ ଉପରେ ରଖି,

ସାରା ଜୀବନ ଜୁଝୀ ହେଇ ଥାଉ

ତଥାପି କେବେ ଆକଟ ନ କରୁ


ନିୟତିର ଖେଳ କେତେ ଯେ ନିଷ୍ଠୁର,

ସେଇ ଛୁଆ ତୋର ଆଜି ତୋ ଠୁ କେତେ ଦୁର,

ମୁହଁ ଖୋଲି ଡାକିଲେ ବି ,

ତୋ ପାଖକୁ ଆସିବାକୁ ନାହିଁ ତାଙ୍କ ପାଖେ ବେଳ


ଏ ବୋଉ, ତୁ କେବେ ବୁଝିବୁ,

ଏ ସଂସାର ଯେ ବଦଳି ଯାଇଚି,

ମା'ର ମୂଲ୍ୟ ବୋଧ ନାହିଁ ଆଉ ଆବେଗରେ,

ସ୍ୱାର୍ଥପର ଏ ସଂସାର ଏବେ ବିନାଶର ପଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy