STORYMIRROR

Prabhati Mahapatra

Romance Tragedy Inspirational

4  

Prabhati Mahapatra

Romance Tragedy Inspirational

ସ୍ମୃତି ନଦୀ ତୀରେ

ସ୍ମୃତି ନଦୀ ତୀରେ

1 min
178


ସ୍ମୃତି ତୁମେ ମୋର

ପାହାଁନ୍ତିଆ ସକାଳର ଶୀତ ଅନୁଭୂତି

ତୁମେ ମୋ ହୃଦୟେ ଏକ ଅଭୂଲା ଅତିଥି

ଏକା ଛାଡ଼ି ଦେଲେ ସିନା ବନ୍ଧୁ ସାଥୀ ମୋର

ତୁମେ କିନ୍ତୁ ଜାବୁଡ଼ିଛ କେତେ ଆପଣାର

ଜୀବନର ଖେଳେ ଯେବେ ପଡେ ଯବନିକା

ତୁମେ ସ୍ମୃତି ସାଥେ ଚାଲ ଯେହ୍ନେ ପ୍ରିୟ ସଖା ।

କାତର ଆତୁର ବେଳେ ଶକ୍ତି ଦିଅ ଯୋଡ଼ି

ପ୍ରିୟା ପରି ପ୍ରେମ କର ହୃଦୟରେ ଭିଡ଼ି ।

ଲାଜ ଲାଜ ମିଠା ହସ ପାଇଛି ମୋ ଓଠ

କରଶାଖା ନିର୍ଦ୍ଦେଶରେ ଦେଖାଇଛ ଶଠ ।

କୁସୁମିତ ପଥ ପାଇଁ ମାନସ ପଟଳେ

ସତ୍ୟ ଅସତ୍ୟ ଝଂକୃତ କରାଇଛ ଡୋଳେ ।

ତୁମକୁ ପାଇ ମୁଁ ଆଜି ସଂସାରରେ ଧନ୍ୟ

ସତେ ଅର୍କ କ୍ଷେତ୍ରେ ବସି ଅରଜିଛି ପୁଣ୍ୟ ।

କେତେ ହସ କାନ୍ଦ ମୋର ଜୀବନେ ଆସିଛି

କିଏ କିଛି ଦୂର ପୁଣି କିଏ ସେ ଭୂଲିଛି ।

ମନରେ ଉଠିଛି କେବେ ସୁଖର ଫୁଆର

ପୁଣି କେବେ ମଉଳି ସେ ସାଜିଛି ଅଙ୍ଗାର ।

ସବୁ ତୁମେ ଦେଖି ଅଛ ତୁମ ନୟନରେ

ତେଣୁ ମୁଁ ବସିଛି ଆଜି ସ୍ମୃତି ନଦୀ ତୀରେ ।

ନିରୋଳା ରଜନୀ କୋଳେ ଏକା ଏକା ବସି

ଆଙ୍କିଛି ମୋ ମନ ତୁମେ ଆଶାପ୍ରଭା ଶଶି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance