ହେ ଯାତନା
ହେ ଯାତନା
ହେ ଯାତନା
କେବେ ଭିଜା ମାଟିର ଭୁରୁଭୁରୁ ବାସ୍ନା
ଭିକ୍ଷୁ କଣ୍ଠର ଅଗଭୀର ସ୍ୱରର ତାଡନା
ତ କେବେ ବୈଶାଖର ତତଲା ଝଡରେ ସମ୍ପୂର୍ଣ୍ଣା।
ହେ ଯାତନା
କେବେ ବିରହୀ ମନର ମିଠା ହସର କଳ୍ପନା
କ୍ଷୁଧାତୁର ପାଇଁ ଅତୀତର ମିଠା ବ୍ୟଞ୍ଜନା
ତ କେବେ ମଧୁସ୍ପର୍ଶ କଳ୍ପଲୋକ ପ୍ରେରୟିତା ସ୍ୱପ୍ନା।
ହେ ଯାତନା
କେବେ ଅଧାଗଢା ବାସ୍ତବର ସମ୍ପୂର୍ଣ୍ଣ ପ୍ରେରଣା
ପ୍ରେୟସୀ ମାନ ଅଭିମାନର ଭାସ୍ୱାନ ଆଇନା
ତ କେବେ ହସ ଛଳଛଳ ଆଖିଗହ୍ୱର ଲୁହ ଯମୁନା।
ହେ ଯାତନା
କେବେ ସ୍ମୃତିରେ ରଞ୍ଜକସ୍ପର୍ଶୀ ମନର ଆଇନା
ଦିଗବଳୟର ଦୃଶ୍ୟପଟ୍ଟ ସହ ଶେଫାଳୀର ବାସ୍ନା
ତ କେବେ ଅତୀତ ସ୍ମରଣେ ହୁଏ ମନ ଆନମନା।
ହେ ଯାତନା
କେବେ ପ୍ରାତ୍ୟନ୍ତିକ ଠାରେ ମିଳେ ସବୁ ସମ୍ବେଦନା
ହୃଦୟ ରକ୍ତାକ୍ତ ପ୍ରାଚୀର ଭଙ୍ଗା ଶବ୍ଦର ମୂର୍ଚ୍ଚନା
ତ କେବେ ଆସ ନେଇ ଭବିଷ୍ୟତ ଜୀବନ କାମନା।