STORYMIRROR

Lalit kumar Swain

Romance Tragedy Fantasy

3  

Lalit kumar Swain

Romance Tragedy Fantasy

ବିସ୍ମରଣ ସ୍ବପ୍ନ

ବିସ୍ମରଣ ସ୍ବପ୍ନ

1 min
122

ସ୍ତବ୍ଧ ମାଟିବୈକୁଣ୍ଠର ଉପାଦାନ

ଝିଙ୍କାରୀ ଆସୁଛି ଭୟଙ୍କର ମୃତାଣ୍ଡ

ଜନ୍ମ ଜାତକ ଶୂନ୍ୟ ଏ ପରିବେଶ

ପୂର୍ବାନୁମାନ ହେଉ ନଥିବା ଇଂରାଜୀ ଜଳବାୟୁ।


ନା ଅଛି ଅଗ୍ନିକନ୍ୟାର ଆତଙ୍କ

ନା ନିର୍ଲଜ ମେଘର ନାଳିଆଖି

ସବୁକିଛି ସ୍ୱାଭାବିକ ।


ଇଏ କି ଅଭିମାନି କଣ୍ଠର ପରମାଣୁ ବିଭାଜନ

ରକ୍ତବର୍ଣ୍ଣା ଆଖିର ଅପ୍ରକାଶିତ ବାର୍ତ୍ତା

ନା ନିଶବ୍ଦରେ ଭାଙ୍ଗି ଯାଉଥିବା ସ୍ୱପ୍ନର ଆଗମନୀ ସୂଚନା।


ଯାହା ହେଉ ସ୍ୱପ୍ନର ସଂରକ୍ଷିତ ଆୟୁଷ ସମାପ୍ତ ପ୍ରାୟ

ଆଜିବି କଣ୍ଠରୁ ବାହାରେ ଗମ୍ଭୀର ଯୁକ୍ତ ଶବ୍ଦ

ହୃଦୟ ନୋଡ଼ର ତୀବ୍ରତା ବହୁଗୁଣିତ

ଠିକ ପ୍ରଥମ ଦିନର ସାକ୍ଷାତ ଭଳି ।


ସେଠି ସ୍ବପ୍ନ ଆରମ୍ଭର ଭୟ ଏଠି ବାସ୍ତବତାର

ସେଦିନ ଢୁ ଢୁ ଖରାରେ ଶୀତଳ ସ୍ପର୍ଶର ଉଛ୍ୱାସ

ଆଉ ଆଜି ହିମରେ ବର୍ଣହୀନ ରକ୍ତର ବନ୍ୟା।


ସିଗମଣ୍ଡ ଫ୍ରଏଡ଼ଙ୍କ ବରଫ ବୁଡ଼ି ଯାଇଛି

ଶକ୍ତିହୀନ ହୋଇ ପଡିଛି ପାଦ ଓ ମସ୍ତିଷ୍କ

ଜନ ସ୍ମିଥଙ୍କ ବିସ୍ମରଣ ନିୟମ ଆଜି ବିଫଳ।


ହେ ଇଷ୍ଟ ଅମୃତବାରୀ ପ୍ରଦାନ କର ଅବା ନ କର

ଏ ମେଘର ବିକଟାଳ ଶବ୍ଦରୁ ତ୍ରାହି କର ତ୍ରାହି କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance