STORYMIRROR

Lalit kumar Swain

Drama Romance Tragedy

3  

Lalit kumar Swain

Drama Romance Tragedy

ଅବୁଝା ପ୍ରଶ୍ନର ଉତ୍ତର

ଅବୁଝା ପ୍ରଶ୍ନର ଉତ୍ତର

1 min
247


ବସ ଦୁଆରର ଆଇନାକୁ ଟିକେ ଚାହିଁଦେଇ

ସେଦିନ ମୁରୁକି ହସି ଦେଇଥିଲି

ଦୀର୍ଘ ଦିନର ସଂଶୟ କିଛି କ୍ଷଣ ପାଇଁ ହେଲେ ବି

ଦୂରେ ହୋଇଗଲା।

ନିଜକୁ ଆସ୍ବସ୍ତି ଅନୁଭବ କରିଥିଲି।

ଜାଣିଛି ସେ ମିଛ କହୁଛି.... ତଥାପି

ତାର ସେଇ ମିଛ କିଛି ମୁହୂର୍ତ୍ତ ପାଇଁ

ଅବାସ୍ତବ, ଅଭାସୀ..... ଅତିରଞ୍ଜିତ....


ଯଦି ପାରୁଛ କେବେ ସେ ରାସ୍ତାକୁ ପଚାର

ସେ କାହିଁକି ଆଜି ଲୁଣିଆ ହୋଇ ଯାଇଛି।

ନିଜର ବକ୍ଷର କଳା ରଙ୍ଗ ତାର

କେମିତି ବଦଳି ଗଲା

ଆଉ ସେ ଆଜି ଚୁପ କାହିଁକି ???

ଭାବୁଛି ଉତ୍ତର ପାଇଯିବ।


ତଥାପି ଯଦି ତମ ପ୍ରଶ୍ନ ଅଶାନ୍ତି 

ସଂଶୟ କଡ଼ ଲେଉଟାଏ ପୁଣି ଥରେ

କେବେ ଆସିବ ସେ ଲୋହିତ, ନିବୁଜ, ଶୁନ୍ୟ କୋଠରୀକୁ

ଯେଉଁଠି ଅଳ୍ପ କମ୍ପନ ରେ 

ବିରାଟ ଶବ୍ଦର ସୃଷ୍ଟି ହୁଏ.....

ସେଠି ଥିବା ତୁମ ପ୍ରତିବିମ୍ବ ଦେଖି

ହୁଏତ ତୁମ ପ୍ରଶ୍ନ ର ଥକ୍କା ମେଣ୍ଟିଯିବ...


ତଥାପି ଯଦି ତମ ପ୍ରଶ୍ନ ଆହୁରି ଅବୁଝା ହୁଏ

ତାକୁ ତୁମେହିଁ ବୁଝେଇଦିଅ....

ବିଗତ ଦିନର ଆଗତ ଆବେଗ କଳନା କରି

ମୁଁ ଖାଲି ନୀରବରେ ଚାହିଁଥିବି

ଦୁଇ ହାତ ଟେକି... ଅପଲକ ନୟନରେ.....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama