STORYMIRROR

Lalit kumar Swain

Drama Romance Tragedy

3  

Lalit kumar Swain

Drama Romance Tragedy

ଅତୀତ , ଏକ କାଚଘର

ଅତୀତ , ଏକ କାଚଘର

1 min
491


ଅତୀତ ଏକ କଚଘର, 

ପଛ ଦେଖାଯିବ ସିନା ମୁଁହ ଦେଖା ଯିବନି।

କେବଳ କୋଲିନ ରେ ସଫା କରିବାରେ ହିଁ ମଙ୍ଗଳ,

ଅଧିକ ଆଶାର ଆଶା ଚୁନା କରି ପାରେ, ଏତେ ଦିନର ସାଇତା ସମ୍ପତ୍ତିକୁ

ମୁକୁଳା ଜୋଛନା ସାଉଁଟିଲା ବେଳକୁ, 

ପାପୁଲି ଅସମ୍ଭବ ଶୁନ୍ୟତା ରେ ଭରିଯିବ।


ସେଦିନ, ହସିବା ପାଇଁ କିଛି କାରଣ ନଥିଲା,

ତଥାପି ହୃଦୟରୁ ହସ ର ସୁଅ ଭାସି ଆସୁଥିଲା

ଆଜି କେବଳ, ଦରକାର ବେଳେ ମିଛ ହସରେ ଆଶ୍ରିତ।

ମାନ ଅଭିମାନ ସବୁ କବର ଦେଇ ସାରିଛି।

ବିଦ୍ୟୁତ ଚଳିତ ଯନ୍ତ୍ରପାତି ଠାରୁ କମ ନୁହେଁ

ଏ ରକ୍ତ ଚଳିତ ଯନ୍ତ୍ର, ଆଉ ତାର କାର୍ଯ୍ୟ ଦକ୍ଷତା।

ଘୁରୁ ଥିବା ମାଛ ଆଖିକୁ ଲକ୍ଷଭେଦ କରିଥିବା

ଅର୍ଜୁନ ଭଳି, ଅଭିମନ୍ୟୁ ବଦ୍ଧ ସମୟରେ , ମୁ ବିବଶ।

କେବଳ ଯନ୍ତ୍ର ମାନବ।


ଆକାଶ ରୁ ମାଟିକୁ ଲମ୍ବିଥିବା, ବ୍ରିଜ ଆଜି ଜରାଜୀର୍ଣ୍ଣ

ସପ୍ତଫେଣିର କଣ୍ଟା ସବୁ ପୂର୍ବାପେକ୍ଷା ଅଧିକ ଶକ୍ତ ଓ ସାଙ୍ଘାତିକ

ଏସବୁ ଭିତରେ, ଅମାବାସ୍ୟାରେ ଜହ୍ନ ଖୋଜିବର ନିଶା

ବେଶ ଯନ୍ତ୍ରଣା ଦାୟକ ଓ ବ୍ୟଥା ଜର୍ଜରିତ।

ତୁମେ ପାଇବ କି ତାରା ପୂର୍ଣ ଆକାଶର, ଅନ୍ଧାରୀ ଇଲାକା

ମାପି ପାରିବକି ତାର ଘନତ୍ୱ କେତେ ଘନ ମିଟର ?

ତମେ ଚେଷ୍ଟା କର ତା ଭିତରେ ମତେ ଖୋଜିବାକୁ

ମୁଁ ତୁମକୁ ଖୋଜୁଛି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama