STORYMIRROR

Lalit kumar Swain

Tragedy Inspirational

3  

Lalit kumar Swain

Tragedy Inspirational

ସମ୍ପର୍କ , ମଣିଷକୁ ଦୁର୍ବଳ କରିଦିଏ

ସମ୍ପର୍କ , ମଣିଷକୁ ଦୁର୍ବଳ କରିଦିଏ

1 min
228


ସମ୍ପର୍କ , ମଣିଷକୁ ଦୁର୍ବଳ କରିଦିଏ।

ଜାତି ସମର୍ପଣର ବିଶାଳ ପଥ, ସଙ୍କୁଚିତ ହୋଇଯାଏ

ନିଶ୍ୱପ୍ରାଣର ବିଶ୍ୱଚେତନା ନରମି ଯାଏ

ଜୀବନ, ନିର୍ଦ୍ଦିଷ୍ଟ ପରିସୀମା ରେ ଆବଦ୍ଧ ହୁଏ।


ଯେଉଁଠି ଭଗବାନ ଶ୍ରୀରାମଙ୍କ ରୋଦନ ସ୍ପଷ୍ଟ 

ସେଇଠି ସ୍ପଷ୍ଟ ହୁଏ, ହନୁମାନଙ୍କ ସାଗର ଲଂଘନ

ମୋହ ମାୟା ର ଉର୍ଦ୍ଧ୍ବ ରେ ଜୀବନର ବାସ୍ତବ ସଫଳତା

ଦୁନିଆ ଜୟ କରିବା ମାର୍ଗର ପ୍ରଶସ୍ତି।


ସମ୍ପର୍କ ଠିକ କମଳିନୀ ବକ୍ଷର ଭଅଁର ସମ

ନିହାତି ସୁଖପ୍ରଦ ଜୀବନ ପରିଚର୍ଯ୍ୟl

ପଦ୍ମ ପତ୍ର ର ଜଳ ସଦୃଶ ସଂସାରେ ରହି

ସଫଳତାର ସ୍ଵାଦକୁ ଅସ୍ଵାଦନ ନିହାତି ସମ୍ଭବ।


ବେଳେବେଳେ ମଣିଷତ୍ୱ ରଂଗହୀନ ହୋଇଉଠେ

ସମ୍ପର୍କର ବୁଢିଆଣି ଜାଲ ର ସଂଯୋଗ ଗଣ୍ଠି ରେ ବନ୍ଧା

ଦୁର୍ବଳତା ଶାରୀରିକ ନୁହେଁ, ମାନସିକ ଓ ଆବେଗିକ

ନୈସର୍ଗିକ ଭାବନା ର ପଥରୋଧ କରୁଥିବା ସ୍ପୀଡ଼ ବ୍ରେକର


ପଥ ପ୍ରାନ୍ତ ପଥିକ ର ଜୀବନ ରୁ କିଛି ଉଦାହରଣ

ନା ସଂସାର ମୋହ, ନା ଜୀବନର ଲୋଭ, ନା ଆଉକିଛି

ସେମିତି ରେ ଶାନ୍ତି ଅଛି, ସଫଳତା ନାହିଁ

ନା ଅଛି ଜୀବନର ସ୍ୱାଦ , ନା ପ୍ରକୃତ ଜୀବନର ଉଦ୍ଦେଶ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy