STORYMIRROR

Lalit kumar Swain

Tragedy Inspirational

3  

Lalit kumar Swain

Tragedy Inspirational

ଅରକ୍ଷିତ

ଅରକ୍ଷିତ

1 min
230


ସହସ୍ରର ସମାଗମ ଯହିଁ,

ଯେବେ ହୁଏ ମେଳା ନିକଟରେ

ପ୍ରତିବର୍ଷ ଦେଖେ ନର ଲୀଳା

ସ୍ୱପ୍ନ କିଣା ବିକା ହୁଏ ପାର୍ଶ୍ୱରେ।

ଅସଂଖ୍ୟ ନକ୍ଷେତ୍ରେ ଯେହ୍ନେ ବାରି ହୁଏ ଶଶୀ

ପୁଲକିତ ଉଲ୍ଲସିତ ବ୍ୟକ୍ତିଟିଏ, ଦେଖେ ପ୍ରତିବର୍ଷ ଆସି।


ପୁଣି କେତେ ଧନୀ,ମାନି,ରାଜା

ଆସି ବାହୁଡନ୍ତି ସେ ସ୍ଥାନରୁ

ଉଲ୍ଲସିତ ଆନନ୍ଦିତ, ତା ଠାରୁ କେ ନୁହେଁ

କି କାରଣ! ଅବା ହୋଇ ପାରେ ?


 ଶଙ୍କା ବିହୀନ, ଶୁଦ୍ଧ ହୃଦୟ ତାହାର

ମନ ମୋ ବ୍ୟାକୁଳ ଜିଜ୍ଞାସାରେ

ଉତ୍କଣ୍ଠା ଭରା କଣ୍ଠରେ ପ୍ରଶ୍ନ କଲି

କିଏ ତୁମେ ? ଘର କେଉଁଠାରେ ?


ମଳିନ ପଡିଗଲା ତା ମୁଖର ହାସ୍ୟ

ଝରିଗଲା ଚକ୍ଷୁର ଲୋତକ ଧାର

ହଠାତ ବସିଲା ଯାଇ ମଣ୍ଡପ ଉପରେ

ଶବ୍ଦ ଯେହେଁ ମରୁ ବାରି ଧାର।


ଶ୍ୱାସରୁଦ୍ଧ କଣ୍ଠରେ ବଖଣିଲା ଯାହା

କୋହ ଭରିଗଲା ମୋର ହୃଦୟ ଦେଶରେ

ଦୀର୍ଘ ଉଣେଇଶ ବର୍ଷର ସେ

ଲୋମ ଟାଙ୍କୁରା କାହାଣୀ...

 ଉପକୂଳରେ ମହାବାତ୍ୟାର ବିଭୀଷିକା

କୁଢ଼ କୁଢ଼ ଶବ ଆଉ ଦାରିଦ୍ର୍ୟତା ପୁଣି।


ସୃଷ୍ଟି ସ୍ଥିତି ପ୍ରଳୟର ବିରାଟ ନାଟକ

ଶିଖାଇ ଥିଲା ଯାହା ଏ ମାଟିରେ

ତାତ- ମାତ ଟଳି ପଡିଲେ ରମ୍ଭା ଗଛ ଭଳି

ଏ ବାତ୍ୟାରେ ଭୂଇଁ ଉପରେ।


ଯାହା ଥିଲା ଧନ,ଘର,ଭିଟାମାଟି

ଗାଁ ଟାଉଟର,ପଡୋଶୀ ନେଇଗଲେ ଲୁଟି

ଅରକ୍ଷିତ, ଅନାଥ ହୋଇ ବସିଛିରେ

ସେଦିନୁ ଏ ମେଳା ମନ୍ଦିରରେ।


କ୍ଷୁଧା ପାଇ କଣ୍ଠୁ ସୁଧା ଢାଳଇ ଭିକାରୀ

ଦାରୁଣ ଦରିଦ୍ର ମଧ୍ୟ ନର ସୃଷ୍ଟିକାରୀ

ସମ୍ଭାଳିଲେ ବଞ୍ଚିଥିବା ମାନବ ଏପରି

ଗଣ୍ଡେ ଖାଇ ଦଣ୍ଡେ ଦଣ୍ଡେ ଜିଇଁ କରି।


ଅଣ୍ଡାଳି ହେଉଛି ଏବେ ଘୋର ଅନ୍ଧକାରେ

ଅକିଞ୍ଚନ ନିଧି ହଜି ଗଲା କେଉଁଠାରେ

ଏ ମନ୍ଦିର ବେଢାରେ ତା ସ୍ୱର୍ଗର ଆନନ୍ଦ

ବରଷକୁ ଚାରି ଦିନ

ଏ ମୋର କ୍ଷୁଦ୍ର ହରା ଧନ।


ଯାଚିଲି ସାହାଯ୍ୟ, ଆଶ୍ରମ ଅନେକ

ଖାଦ୍ୟ,ପାନୀୟ,ବିଳାସ, ଭୋଗ

ସ୍ମିତହାସ୍ୟ ଦେଇ ମୁଣ୍ଡକୁ ହଲାଇ

ତିରସ୍କାର କଲା ମୋର ସମସ୍ତ ସୁଯୋଗ।



ଧାରାରେ ବଞ୍ଚିବା ଲାଗି କର୍ମ ଦୈନନ୍ଦିନ

କରୁଛି ସିନା ମୁଁ ଅନ୍ତସ୍ଥଳେ ରାତ୍ର ଦିନ

ଅରକ୍ଷିତ ନୁହେଁ କେହି ନଶ୍ୱର ସଂସାରେ

ଜଣେ ଅଛି ସମସ୍ତଙ୍କୁ ପାଳଇ ସାଦରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy