ମାମୁଁଙ୍କ ସ୍ମରଣେ
ମାମୁଁଙ୍କ ସ୍ମରଣେ
ଅଶୁ ମାମୁଁ ମୋର ସାନ ମାମୁଁ ସିନା
ବାପାଙ୍କ ସମ ମୋହରି
ଶିକ୍ଷା ଦୀକ୍ଷା ଭାର ନେଇଥିଲ ମୋର
ତୁମ ଋଣ ଶୁଝିବାକୁ ନୁହେଁ ସରି
ଅଳୀକ ଜୀବନ ଆଉ କିଛି ଦିନ ମାମୁଁ
ରହିଥିଲେ ପୂଜି ପୟର ତୁମରି
ଆଶୀର୍ବାଦ ନେଇ ବାଟ ଚାଲିଥାନ୍ତି
କାନ୍ଧରେ କାନ୍ଧ ମିଶାଇ କରି
ଅଜା ଆଈ ଚାଲିଗଲେ ବଡ଼ମାମୁଁଙ୍କୁ
ଝୁରି ଝୁରି ହୋଇ ସାତ ସରି
ତୁମେ ଥିଲ ବୋଲି ମହତ ପଣିଆ
ରହିଥିଲା ସବୁଙ୍କରି
ମୋ ବୋଉ ଉଠୁନି ତୁଣ୍ଡ ବି ଖୋଲୁନି
ମାଉସୀ ମାନେ ବାୟାଣୀ ପରି
ମାଇଁ କାନ୍ଦୁଛନ୍ତି ପିଲା ଦୁହେଁ କାନ୍ଦନ୍ତି
ଆସନ୍ତନି ସତେ ଫେରି
ମନ ମୋର ଦୁଃଖ ହୃଦୟ ପଥର ପରି
ରହିବାକୁ ହେବ ଛାତିକୁ ପଥର କରି
ସଭିଏଁ କାନ୍ଦନ୍ତି ଏରବଙ୍ଗ ଗାଁ ଘର ବିଲ ବଣ
କାନ୍ଦନ୍ତି ତୁମକୁ ସ୍ମରି ଗୁଣ ସୁମରି
ତୁମେ ଥିଲ ଏଇ ଗାଁ ପୁଅ ସଭିଙ୍କ ସୁଖେ
ଦୁଃଖରେ ଠିଆ ଭାଗିଦାରୀ
କେମିତି ସହିବ ହୃଦୟ ଫାଟିବ ନିଶ୍ଚୟ
ଛାଡ଼ି ଚାଲି ଗଲ ପର କରି
କେମିତି ଭାବିଲ ତୁମେ ଚାଲିଗଲେ
ରହିବେ ସମସ୍ତେ ଛାଡ଼ି ତୁମକୁ କିପରି
ବାପା ଯାଇଥିଲେ ତୁମେ ଚାଲିଗଲ
ଆଗ ପଛ ହୋଇ କରି
କେମିତି ରହିବି ଦୁନିଆଁ ଦାଣ୍ଡରେ
ଏକା ଏକା କାହା ହାତ ଧରି
ବାପା ସମ ମାମୁଁ ଉପଦେଶ ସ୍ନେହ ଶ୍ରଦ୍ଧା
ଭୁଲିବୁ ଭଣଜା ଦୁହେଁ କିପରି
ନଶ୍ୱର ଦେହ ଇଶ୍ୱର ଯଦି ନେଲେ
ଆତ୍ମା ଶାନ୍ତି ପାଉ ତୁମରି
ଭୁଲି ଅପାଶୋରା କଥା ଓ କାହାଣ
ତୁମେ ଗଲ ପର କରି
ନିୟତ୍ତି ନିର୍ଦେଶ କିଏ ଲଙ୍ଘିବ ଅବଶ୍ୟ
ଫଟା କପାଳକୁ ଧରି
ଛୋଟ ଭାଇ ଭଉଣୀ କାନ୍ଦନ୍ତି ବାପା କହି
କେଣେ ଗଲ ମାମୁଁ ଆସନ୍ତନି ଫେରି
ଦୁଃଖରେ ଶବ୍ଦ ମୋ ବାହାରୁଛି ଯାହା
ହେବ ନାହିଁ ସତ ଜାଣି କରି
ହେ ଇଶ୍ୱର ଦିଅ ଶକତି ସାମର୍ଥ୍ୟ
ମାମୁଁଙ୍କ ଆଦର୍ଶରେ ବାଟ ଚାଲିବାକୁ ଥିରି ।।