STORYMIRROR

Sunanda Mohanty

Tragedy Classics Others

4  

Sunanda Mohanty

Tragedy Classics Others

ମାମୁଁଙ୍କ ସ୍ମରଣେ

ମାମୁଁଙ୍କ ସ୍ମରଣେ

1 min
14


ଅଶୁ ମାମୁଁ ମୋର ସାନ ମାମୁଁ ସିନା

ବାପାଙ୍କ ସମ ମୋହରି

ଶିକ୍ଷା ଦୀକ୍ଷା ଭାର ନେଇଥିଲ ମୋର

ତୁମ ଋଣ ଶୁଝିବାକୁ ନୁହେଁ ସରି

ଅଳୀକ ଜୀବନ ଆଉ କିଛି ଦିନ ମାମୁଁ

ରହିଥିଲେ ପୂଜି ପୟର ତୁମରି

ଆଶୀର୍ବାଦ ନେଇ ବାଟ ଚାଲିଥାନ୍ତି

କାନ୍ଧରେ କାନ୍ଧ ମିଶାଇ କରି

ଅଜା ଆଈ ଚାଲିଗଲେ ବଡ଼ମାମୁଁଙ୍କୁ

ଝୁରି ଝୁରି ହୋଇ ସାତ ସରି

ତୁମେ ଥିଲ ବୋଲି ମହତ ପଣିଆ

ରହିଥିଲା ସବୁଙ୍କରି

ମୋ ବୋଉ ଉଠୁନି ତୁଣ୍ଡ ବି ଖୋଲୁନି

ମାଉସୀ ମାନେ ବାୟାଣୀ ପରି

ମାଇଁ କାନ୍ଦୁଛନ୍ତି ପିଲା ଦୁହେଁ କାନ୍ଦନ୍ତି

ଆସନ୍ତନି ସତେ ଫେରି

ମନ ମୋର ଦୁଃଖ ହୃଦୟ ପଥର ପରି 

ରହିବାକୁ ହେବ ଛାତିକୁ ପଥର କରି

ସଭିଏଁ କାନ୍ଦନ୍ତି ଏରବଙ୍ଗ ଗାଁ ଘର ବିଲ ବଣ

କାନ୍ଦନ୍ତି ତୁମକୁ ସ୍ମରି ଗୁଣ ସୁମରି

ତୁମେ ଥିଲ ଏଇ ଗାଁ ପୁଅ ସଭିଙ୍କ ସୁଖେ

ଦୁଃଖରେ ଠିଆ ଭାଗିଦାରୀ

କେମିତି ସହିବ ହୃଦୟ ଫାଟିବ ନିଶ୍ଚୟ

ଛାଡ଼ି ଚାଲି ଗଲ ପର କରି

କେମିତି ଭାବିଲ ତୁମେ ଚାଲିଗଲେ

ରହିବେ ସମସ୍ତେ ଛାଡ଼ି ତୁମକୁ କିପରି

ବାପା ଯାଇଥିଲେ ତୁମେ ଚାଲିଗଲ

ଆଗ ପଛ ହୋଇ କରି

କେମିତି ରହିବି ଦୁନିଆଁ ଦାଣ୍ଡରେ

ଏକା ଏକା କାହା ହାତ ଧରି

ବାପା ସମ ମାମୁଁ ଉପଦେଶ ସ୍ନେହ ଶ୍ରଦ୍ଧା

ଭୁଲିବୁ ଭଣଜା ଦୁହେଁ କିପରି

ନଶ୍ୱର ଦେହ ଇଶ୍ୱର ଯଦି ନେଲେ

ଆତ୍ମା ଶାନ୍ତି ପାଉ ତୁମରି

ଭୁଲି ଅପାଶୋରା କଥା ଓ କାହାଣ

 ତୁମେ ଗଲ ପର କରି

ନିୟତ୍ତି ନିର୍ଦେଶ କିଏ ଲଙ୍ଘିବ ଅବଶ୍ୟ

ଫଟା କପାଳକୁ ଧରି

ଛୋଟ ଭାଇ ଭଉଣୀ କାନ୍ଦନ୍ତି ବାପା କହି

କେଣେ ଗଲ ମାମୁଁ ଆସନ୍ତନି ଫେରି

ଦୁଃଖରେ ଶବ୍ଦ ମୋ ବାହାରୁଛି ଯାହା

ହେବ ନାହିଁ ସତ ଜାଣି କରି

ହେ ଇଶ୍ୱର ଦିଅ ଶକତି ସାମର୍ଥ୍ୟ

ମାମୁଁଙ୍କ ଆଦର୍ଶରେ ବାଟ ଚାଲିବାକୁ ଥିରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy