STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ସିହଂଭୂମୀ ଭାଇ ଭଉଣୀ

ସିହଂଭୂମୀ ଭାଇ ଭଉଣୀ

1 min
16


କରୁଅଛି ଯିଏ       ଭାଷାର ଆଦର


ମାତୃଭାଷାରେ ହିଁ     ରଚନା ତାହାର !!


କଳମ ଚାଲୁଛି      ତାର ନିରନ୍ତର


ଭାଷା ପ୍ରେମ ପ୍ରୀତି    ଅନ୍ତର୍ଗତେ ତାର !!


ବିଛିନ୍ନ ଯନ୍ତ୍ରଣା      କରୁଛି ଆତୁର


ଶିକ୍ଷା ଶୁନ୍ୟ ଭୂମି     ସମ୍ମୁଖରେ ତାର !!


ମନ ପ୍ରାଣେ ତାର     ଚିନ୍ତାର ସାଗର


ପଢ଼ିବା ଲେଖିବା     ଶୁନ୍ୟତା ଭୂଇଁର !!


ଓଡ଼ିଆ ଶିକ୍ଷାର      କର ତୁ ବିସ୍ତାର


ଭାଷା ଶିକ୍ଷା ବିନୁ     ଜୀବନ ଅନ୍ଧାର !!


ହୃଦେ ଯାର ନାହିଁ     ପ୍ରେମ ମାତୃଭାଷା


ହେବକି ପୂରଣ      କେବେ ଅଭିଳାଷା !!


ଆତ୍ମନିର୍ଭର କି      ହୋଇବ ଜୀବନ


ଓଡ଼ିଆ ସଂସ୍କୃତି      ସଂସ୍କାର ଟି ଶୁନ୍ୟ !!


ପଶ୍ଚିମ ସଭ୍ୟତା      ମାଡ଼ି ଆସୁଅଛି


ସନ୍ତାନ ଶିକ୍ଷାରେ     ଇଂରାଜୀ ପଢୁଛି !!


ଗର୍ବିତ ଟି କେତେ     ପିତୃମାତୃ ତାର


ବୃତ୍ତି ପରାଧୀନ      ରହିଛି ଅନ୍ତର !!


ମାତୃଭାଷାକୁ ସେ     ତୁଚ୍ଛ ଯେ ଭାବୁଛି


ବିଦେଶୀ ଭାଷାକୁ     ସମ୍ମାନ ଦେଉଛି


ଦରକାର କାଳ      ଚିନ୍ତା କରିବାର


କିପରି ଟି ହେବ     ଭାଷାର ଆଦର !!


ବହି ଓ ଶିକ୍ଷକ      ମିଳିବ ଅବଶ୍ୟ


ଅଛି ଅଧିକର       ପାଇବା ଆପସ !!


ନୂଆ ଶିକ୍ଷା ନୀତି     ଦିଏ ଅଧିକାର


ମାତୃଭାଷା ବଡ଼     କର ତୁ ଆଦର !!


ଏକତ୍ରିତ ହୋଇ     ଛଡ଼ାଇ ଆଣିବା


ଯେବେ ପ୍ରେମ ପ୍ରୀତି  ଭାଷାରେ ରଖିବା !!


ସମ୍ବିଧାନ ଦିଏ      ଶିକ୍ଷା ଅଧିକାର


ତାହା ପାଇଁ କିମ୍ପା    ଚିନ୍ତିତ ଆତୁର?


ପଢ଼ିବା ଲେଖିବା    ନାହିଁ ଟି ଓଡ଼ିଆ


ଭକ୍ତି ପ୍ରେମ ପ୍ରୀତି    କାହିଁରେ କାଳିଆ !!


ନିଜେ ଅନାଦର     କରୁଛୁ ତୁ ବନ୍ଧୁ


ଓଡ଼ିଆ ଏ ଭାଷା    ପୂରାତନ ସିନ୍ଧୁ !!


ଅତୁଳନୀୟ ହେ    ସଂସ୍କୃତି ସଂସ୍କାର


କୀର୍ତ୍ତି ଯାର ଗୁଞ୍ଜେ   ବ୍ରହ୍ମାଣ୍ଡ ଭିତର !!


ଘରେ ତୁ କହୁଛୁ     ଓଡ଼ିଆର ଭାଷା    


ଭାଷା କି ଜନନୀ    ନାହିଁ ତୋ ଭରସା !!


ତୁମ ପାଇଁ ଆଜି     ଦୁର୍ଦ୍ଦଶା ଭୂଇଁର


ପୂର୍ବ ସ୍ମୃତି କୀର୍ତ୍ତି     ଭୁଲିଲୁ ତୂ ବୀର !!


ପରା ପରିଚୟ      ହେଉଛି ତୋ ଶୁନ୍ୟ


ଫେରି କି ପାଇବୁ    ସେହୁ ପୂର୍ବ ଦିନ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy