STORYMIRROR

Kabiratna Nutan Kumar Behera

Romance Tragedy Inspirational

4  

Kabiratna Nutan Kumar Behera

Romance Tragedy Inspirational

ଭାଲେଣ୍ଟାଇନ୍ ଲଗ୍ ଇନ୍

ଭାଲେଣ୍ଟାଇନ୍ ଲଗ୍ ଇନ୍

1 min
6

    

ପାଳିବାକୁ ଫୁଲ୍ ରୋମାନ୍ସ୍ ରେ ଭାଲେଣ୍ଟାଇନ୍

ପ୍ରିୟା ମୋର କଲା ମେସେଜ୍ ରେ ସ୍ଵତନ୍ତ୍ର ଆଇନ୍

ନ ମାନିଲେ ଦେବି ଲକ୍ଷେ ଟଙ୍କା ଫାଇନ୍

ବରଷେ ହେଲା ତ ତା' ପଛେ ମାରୁଛି ଲାଇନ୍

ଏଗ୍ରିମେଣ୍ଟ୍ କିଛି ବି ନ କରି ସାଇନ୍

ଫ୍ରି ଫ୍ରି ଆଉ କେତେ ଦିନ ଅବା କରୁଥିବି ଇନ୍

ଚୋରା ପିରତିଟା ଲାଗେ ଭଲ ଏଜ୍ ଥିଲେ ଟିନ୍

ଭିତରଟାକୁ କରି ଦେଉଥାଏ ଖିନ୍ ଭିନ୍

ଭାବିଲି କ'ଣ କରିବି ନହେଲେ ହେବ ଡିସ୍ ଲାଇନ୍ 

ବ୍ରେକ୍ ଅପ୍ ହୋଇ ଯିବ ଫ୍ରେଣ୍ଡ୍ ସିପ୍ ସବୁ ଦିନ୍

ପ୍ରିୟା କାଳେ କହିବ... ଧେତ୍ ତୁମେ ଏତେ ମିନ୍

ରୋମାନ୍ସ୍ ବଦଳରେ କ୍ରିଏଟ୍ ହେବ ଟ୍ରାଜେଡି ସିନ୍

ତେଣୁ ମେସେଜ୍ ରେ ରିପ୍ଲାୟ ଦେଲି ସୁନ୍

ଫିକ୍ସ୍ ଟାଇମ୍ ପ୍ଲେସ୍ ରେ ଯାଇ କରିବି ଜଇନ୍

ପାଠ ତ ଆଣ୍ଡାର୍ ମେଟ୍ରିକ୍ କ୍ଲାସ୍ ନାଇନ୍

ବାଉଳା ପ୍ରେମରେ ପ୍ରିୟା ମୋର ଲାଗୁଥିଲା କୁଇନ୍

ଘରୁ ଚୋରୀ କରି କିଣି ପକାଇଲି ଗୋଲ୍ଡ୍ ଚେନ୍

ତାକୁ ଗିପ୍ଟ୍ ଦେଇ ପାଳିବି ଭାଲେଣ୍ଟାଇନ୍

ସ୍ମାଇଲ୍ ସ୍ମାଇଲ୍ ରେ ପ୍ରପୋଜ୍ କରି କହିବି ଡାର୍ଲିଙ୍ଗ୍

ମାଇଁ ଲଭ୍ଲି ସୁଇଟି ବିୟୁଟି... ଇୟୁ ଆର୍ ମାଇନ୍

ମନେ ମନେ ହେଉଥିଲି ଖୁସି ରହି ସାଇଲେଣ୍ଟ୍

ଛାତି କରୁଥିଲା ଧଡ୍ ଧଡ୍ ନାଚୁଥିଲା ଭେନ୍

ଲଭ୍ ଡ଼ଟ୍ କମ୍ ର ଗୁଗୁଲ୍ ରେ କରିବି ଲଗ୍ ଇନ୍

କେମିତି ବାପା ଜାଣି ପକାଇଲେ ମୋର ଏ କ୍ରାଇମ୍

ବହେ ଛେଚି ଗଲେ ଭାଇ ସାଥୀରେ ତାକ୍ ଧୀନ୍ ଧୀନ୍

ଏବେ କରୁଛି ପେନ୍ ଲାଗୁଛି ଫୋଡିଲା ପରି ପିନ୍

ମୋତେ ପୁରା ସାଇଜ୍ କରି ଦେଲା ଏ ଭାଲେଣ୍ଟାଇନ୍।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance