STORYMIRROR

Debabrata Mishra

Abstract Tragedy Inspirational

4  

Debabrata Mishra

Abstract Tragedy Inspirational

ମୁଁ ଯଦି ରାକ୍ଷସ ସାଜେ

ମୁଁ ଯଦି ରାକ୍ଷସ ସାଜେ

1 min
12


ମୁଁ ଯଦି ରାକ୍ଷସ ସାଜେ

କେହି ଦୁଃଖ କରିବନି

କେହି ଭୟ କରିବନି

କେହି ଦୟା କରିବନି

ମୁଁ ରାକ୍ଷସ ସାଜିଲେ

ମାରିବି କେବଳ ନିଜକୁ

ରକ୍ତାକ୍ତ କରିବି ନିଜକୁ

ଯନ୍ତ୍ରଣା ଦେବି ନିଜକୁ,


ମୁଁ ଯଦି ରାକ୍ଷସ ସାଜେ

କେହି ଅବଶୋଷ କରିବନି

କେହି କ୍ଷମା କରିବନି

କେହି ସୁଖୀ ହେବନି

କେହି ଦୟା କରିବନି

ମୁଁ ରାକ୍ଷସ ସାଜିଲେ

ଯୁଦ୍ଧ କରିବି ନିଜସହ

ଲଢିବି କେବଳ ନିଜସହ

ଆକ୍ରମଣ କରିବି ନିଜକୁ,


ମୁଁ ଯଦି ରାକ୍ଷସ ସାଜେ

କେହି ଭୁଲ୍ ବୁଝିବନି

କେହି ଠିକ୍ ବୁଝିବନି

କେହି ପ୍ରଶଂସା କରିବନି

କେହି ନିନ୍ଦା କରିବନି

ମୁଁ ରାକ୍ଷସ ସାଜିଲେ

କେବଳ ନିଜକୁ ଜାଳିବି

କେବଳ ନିଜକୁ ହରାଇବି

ନିଜକୁ ସମାପ୍ତ କରିବି,


ମୁଁ ଯଦି ରାକ୍ଷସ ସାଜେ

ତିଳେମାତ୍ର ଚିନ୍ତା କରିବନି

କାହା ମନ ହେବନି ଆହତ

କା' ଶରୀରେ ଦେବିନି ଆଘାତ

କା' ରକ୍ତରେ ଖେଳିବିନି ହୋଲି

କା' ଆଖିରେ ଦେବିନି ଲୁହ

କା' ଛାତିରେ ଦେବିନି କୋହ

ମୁଁ ରାକ୍ଷସ ସାଜିଲେ

କେବଳ ନିଜେ ଲୁହେ ଗାଧୋଇବି

ନିଜ କୋହରେ ନିଜକୁ ଭସାଇବି

ନିଜକୁ ପାଉଁଶ କରିବି,


ମୁଁ ଯଦି ରାକ୍ଷସ ସାଜେ

କାହାକୁ ହାଣିବିନି

କାହାର ସାଜିବିନି ଅପହର୍ତ୍ତା

କାହାର ରକ୍ତ ଶୋଷିବିନି

ମୁଁ ରାକ୍ଷସ ସାଜିଲେ

କେବଳ ନିଜକୁ ଖାଇବି

ନିଜ ଦେହ ରକ୍ତ ନିଜେ ପିଇବି

ହାଣିବି ନିଜେ ନିଜକୁ

ନିଜର ଧାରୁଆ ଅସ୍ତ୍ରରେ 

ନିଜକୁ ନିଜେ ବଦ୍ଧ କରିବି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract