STORYMIRROR

Tafizul hussain

Tragedy

4  

Tafizul hussain

Tragedy

ଇଚ୍ଛାର ଶୋଭାଯାତ୍ରା

ଇଚ୍ଛାର ଶୋଭାଯାତ୍ରା

1 min
11


ମେଣ୍ଢାଙ୍କ ଭଳି ଧାଇଁ ଧାଇଁ 

ବାଟବଣା ହେବା ଓ

ଶେଷରେ 

ଗୋଟିଏ ଇଚ୍ଛାର ଅପମୃତ୍ୟୁ ଘଟଣା 

ଆଉ ଶରୀରରେ 

ଶୀହରଣ ଖେଳାଉନି ।


ଏମିତି ଅନେକ ଇଚ୍ଛା ବର୍ତମାନ 

ସେଇ ମାଟି ରାସ୍ତାରେ 

ଦଦରା ଦରଜାର ଅପର ପାର୍ଶ୍ୱରେ

ଜହ୍ନକୁ ଉଙ୍କି ମାରୁଥିବା 

ଭଙ୍ଗା ଚାଳର ଫାଙ୍କରେ 

ନଇଁ ପଡ଼ିଥିବା ପିଠିର

ବୟସ ଆଢ଼ୁଆଳରେ 

ଶେଷ ନିଃଶ୍ୱାସ ତ୍ୟାଗ ପାଇଁ ଅପେକ୍ଷା କରିଛି ।


ମହଣେ ସ୍ବପ୍ନକୁ ଜାଳିବା ପାଇଁ 

ମହଣେ କାଠ ବି ମିଳିବା କଷ୍ଟକର 

ଅଭାବର ଏହି ମୁହୁର୍ତ୍ତରେ

ପ୍ରତିଶ୍ରୁତିର ସେଇ କୁକୁଡ଼ା ଗୁଡିକ

ବେଶ ସହାୟ ହୋଇଛି 

ମୁକ୍ତି ପ୍ରାପ୍ତିର ପଥ ପ୍ରସ୍ତୁତି ପାଇଁ ।


ଶବ, ନିଶ୍ଚିତ ଏକ ଆଶ୍ୱସ୍ତି 

ଅକଥନୀୟ ଯନ୍ତ୍ରଣାରୁ ମୁକ୍ତି ପାଇଁ 

ଶୋଭାଯାତ୍ରାରେ ବାହାରିବା ପରେ

ପୁଣି ସେଇ ଏକା ପ୍ରଶ୍ନ

ଜୀବନ ସତରେ କ'ଣ 

ଏକ ଶୋଭାଯାତ୍ରା ବ୍ୟତୀତ ଆଉ କିଛି ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy