ଜୀବନ ସଙ୍ଗୀତ
ଜୀବନ ସଙ୍ଗୀତ
ସା- ସାନ୍ତ ଶାନ୍ତି ସତ୍ୟ ଶିଦ୍ଧ ଅଟେ ମୂଳ ମନ୍ତ୍ର
ମୋକ୍ଷ ପ୍ରାପ୍ତି ପାଇଁ
ରେ- ରେ ଆତ୍ମନ୍ ରାଗ ଦ୍ୱେଷ ନୁହଁଇ ପ୍ରକାଶ
ଜୀବନକୁ ଆଲୋକିତ କରିବା ପାଇଁ
ଗା- ଗାଥା ମୁଁ କହୁଛି ତା ମହିମାଁର
ଅନନ୍ତ ଅପାର ସର୍ବ ଶକ୍ତିମାନ ସେହି
ମା- ମା ରୂପେ ହୁଅଇ ସେ ପ୍ରକଟ
ବାୟା ମନ ବୁଝି ପାରେନାହିଁ
ପା- ପାଦପଦ୍ମେ ତାର ସ୍ବର୍ଗର ବାସ
କାହିଁ ଖୋଜୁ ଏଣେ ତେଣେ ଧାଇଁ ଧାଇଁ
ଧା- ଧା ଅଟେ ଜୀବନର ଷଷ୍ଠ ସ୍ବର
ଧାନି ତାକ ଧାନି ଧା କେତେ ହେଉଛୁ ତୁହି
ନି- ନିମିଷେ ତୁହି ମୁଠାଏ ପାଉଁଶ ପାଲଟିବୁ
ନିର୍ମଳେ ନିମଗ୍ନ ହେଲେ ନିସ୍ତାର ପାଇବୁ ତୁହି ।।