STORYMIRROR

Tafizul hussain

Drama

4  

Tafizul hussain

Drama

ମୃତ୍ୟୁର ଜନ୍ମ

ମୃତ୍ୟୁର ଜନ୍ମ

1 min
404


ମୁଁ ବୋଧେ କିଛି କହୁଥିଲି

କିଛି ତ କହୁଥିଲି 

ହଁ ଆପଣ କିଛି କହି ପାରିବେ 

ମୁଁ କ'ଣ କହୁଥିଲି

କ'ଣ କହିଲେ 

ମୁଁ ଜମାରୁ କିଛି କହିନି 

ଓ ହୋ ବୁଝିଲି, ବୁଝିଲି

ଏମିତି ମୋ ସହିତ ଅନେକ ଥର ହୁଏ 

କଥା କ'ଣ କି , ହେ ଭଗବାନ୍ 

ଦେଖିଲ ମୁଁ ଯେଉଁ କଥା କହିବା ପାଇଁ ଆସିଥିଲି

ହଁ ମୃତ୍ୟୁ ର ଜନ୍ମ ଉପାଖ୍ୟାନ ।


ସେ କେମିତି ଆସିବ ?

ମୃତ୍ୟୁ ନୁହେଁ ଜନ୍ମ 

ସେ କେମିତି କନ୍ଦାଇବ

ଜନ୍ମ ନୁହେଁ ମୃତ୍ୟୁ 

ପାଗଳର ପ୍ରଳାପ ଭଳି ମନେ ହେଉଛି 

ଠିକ୍ ଅନୁମାନ କରିଛନ୍ତି ଆପଣ 

ସୃଷ୍ଟି ଆରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ 

ଜନ୍ମ ଓ ମୃତ୍ୟୁର ରହସ୍ୟକୁ 

ଆପଣ ବୁଝି ପାରିଛନ୍ତି କି ?

ମୁଁ ବୁଝିବା ପାଇଁ ଚେଷ୍ଟା କରୁଛି ।


ହଁ ମୃତ୍ୟୁ ମଧ୍ୟ ବାରମ୍ବାର ଜନ୍ମ ନିଏ

ଯେତେ ବେଳେ ସେ, 

ମା ର ଗର୍ଭରୁ ପଦାର୍ପଣ କରେ

ମା ମୃତ୍ୟୁ ସହ ସଂଗ୍ରାମ କରୁଥାଏ

ଯେତେ ବେଳେ ସେ

ଆକାଶରେ ଜହ୍ନ, ତାରା ଓ ସୂର୍ଯ୍ୟକୁ ଦେଖୁଥାଏ

ବାପଟି ତାର ହଜିଜା ସ୍ବପ୍ନର ମୃତ୍ୟୁକୁ ଅନୁଭବ କରୁଥାଏ 

ଯେତେବେଳେ ସେ ସବୁ ବୁଝେ

ମୁକ ମୃତ୍ୟୁର ଛାୟା ମାନଙ୍କୁ ଶୋଭାଯାତ୍ରାରେ 

ନାରା ଲଗାଇ ଅଗ୍ରସର ହେଉଥିବା ଅନୁଭବ କରୁଥାଏ 

ଯେତେ ବେଳେ ସେ ମୃତ୍ୟୁର ନିକଟତର ହୁଏ

ଆଉ ଏକ ଜନ୍ମର କଥା ଭାବୁଥାଏ 

ଏମିତି ଅନେକ ମୃତ୍ୟୁ ବାରମ୍ବାର ଜନ୍ମ ନିଅନ୍ତି 

ଆମର ଜୀବନ କାଳ ମଧ୍ୟରେ 

ତଥାପି ଆମେ ମୃତ୍ୟୁ କୁ ଡରୁ

ଡର ହଁ ଆମକୁ ମୃତ୍ୟୁର ନିକଟତର କରେ

ତଥାପି ଆମେ ବଞ୍ଚିରହୁ 

ମୃତ୍ୟୁ ର ଆଉ ଏକ ଜନ୍ମ ଅପେକ୍ଷାରେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama